ଦିବ୍ୟାଙ୍ଗ ମହିଳାଙ୍କୁ ଠକି ଟଙ୍କା ଲୁଟ: ଅଭିଯୁକ୍ତକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ
ଦିବ୍ୟାଙ୍ଗ ମହିଳାଙ୍କୁ ଠକି ଟଙ୍କା ଲୁଟିବା ପଡ଼ିଲା ମହଙ୍ଗା । ଅଭିଯୁକ୍ତକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଉରୁବାଲି ଗାଁରୁ ସାମ୍ନାକୁ ଆସିଛି ଏହି ଚିତ୍ର । ମାଡ଼ ମାରିବା ସମୟରେ ଭିଡିଓ ଏବେ ଭାଇରାଲ ହୋଇଛି । ଗାଁର ଜଣେ ଦିବ୍ୟାଙ୍ଗ ମହିଳାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଉଠାଇ ନେଇଥିଲେ ଏମଭି-୫୫ ଗାଁର ବିପ୍ଳବ ସମଦାର । ଗତକାଲି ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମାରିଛନ୍ତି ଲୋକେ । ତେବେ ନିଜକୁ ଓକିଲର ପରିଚୟ ଦେଇ ବିପ୍ଳବ ଅନେକ ଲୋକଙ୍କଠାରୁ ଏଭଳି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।