ନାବାଳିକା କୁକର୍ମକାରୀକୁ ୧୦ବର୍ଷ ସଜ୍ଜା
ଭୁବନେଶ୍ୱର, ୯ା୫ : ଆଜି ଭୁବନେଶ୍ୱର ଆଡହକ ଅତିରିକ୍ତ ସେସନ୍ସ ଜଜ, ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ(ପୋକସୋ)ର ବିଚାରପତି ସରୋଜ କୁମାର ସାହୁ, ଗତ ୨୦୧୫ ମସିହାରେ ଭୁବନେଶ୍ୱର ମହିଳା ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା କୁକର୍ମ ମାମଲାର ବିଚାର କରି ଅଭିଯୁକ୍ତ ହେମନ୍ତ ବେହେରାକୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୧୦ ବର୍ଷ ଲାଗି ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । ଜୋରିମାନା ଅନାଦେୟ କ୍ଷେତ୍ରରେ ଅଧିକ ୩ ମାସର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଖଣ୍ଡଗିରି ଥାନା କେସ ନମ୍ବର ୧୧୩/୧୪ରେ ମଧ୍ୟ କାଳୀନ ଜାମିନରେ ଗତ ୨୬.୧୨.୨୦୧୪ ରିଖରେ ଘରକୁ ଫେରିଥିଲା । ସେ ଗତ ୩୦.୧୨.୨୦୧୪ ରିଖ ସନ୍ଧ୍ୟାରେ ତାଙ୍କର ପୁତୁରା ରାଜାଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ଗତ ୨୦.୧୨.୨୦୧୪ ରିଖରେ ତାଙ୍କର ପୁତୁରା ଓ ନାବାଳିକା ଝିଅ ଫୁଲେଶ୍ୱରୀ ବସ୍ତିର ଜଣେ ରଞ୍ଜନ ପଢ଼ିହାରିଙ୍କ ଘରକୁ ଯାଇଥିଲା । ଯେଉଁଠାରେ ଅଭିଯୋଗକାରୀଙ୍କ ଜଣେ ସମ୍ପର୍କୀୟ ଅଭିଯୁକ୍ତ ହେମନ୍ତ ବେହେରା ଉପସ୍ଥିତ ଥିଲା । ସେମାନେ ସମସ୍ତେ ଟିଭି ଦେଖୁଥଽା ସମୟରେ ରାଜା ଶୌଚ ହେବାକୁ ଯାଇଥିଲେ ଓ ରଞ୍ଜନ ଅନୁପସ୍ଥିତ ଥିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ହେମନ୍ତ ଅଭିଯୋଗକାରୀଙ୍କର ନାବାଳିକା ଝିଅ ସହିତ ଦୁର୍ବ୍ୟବହାର କରିଥିଲା । ସେହି ସମୟରେ ରାଜା ଫେରିଥିଲେ ଓ ଅଭିଯୁକ୍ତକୁ ଏହି ଅପରାଧ କରୁଥିବା ଦେଖିଥିଲେ । ସେତିକି ବେଳେ ଅଭିଯୁକ୍ତ ଜଣଙ୍କ ରାଜାଙ୍କୁ ଘଟଣା ସମ୍ପର୍କରେ ଅନ୍ୟତ୍ର ପ୍ରକାଶ କରିଲେ ହତ୍ୟା କରିବାର ଧମକ ଦେଇଥିଲେ । ଅଭିଯୋଗକାରୀ ଏନେଇ ରାଜାଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମାମଲାକୁ ଭିର୍ତ୍ତି କରି ମହିଳା ଥାନା କେସ ନମ୍ବର ୦୩/୨୦୧୫, ଦଫା ୩୭୬(!) ସେକ୍ସନ-୬, ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହାର ପ୍ରଥମିକ ତଦନ୍ତ ଦାଇତ୍ୱ ଏସଆଇ ଗାୟତ୍ରୀ ମିଶ୍ର ଏବଂ ପଞ୍ଚାଳି ରାଉତ ନେଇଥିଲେ । ଉଭୟ ତଦନ୍ତକାରୀ ଅଫିସର ଏହି ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର କରି ଅଦାଲତ ବିଭିନ୍ନ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ହେମନ୍ତ ବେହେରାକୁ ଉପରୋକ୍ତ ସଜ୍ଜା ଶୁଣାଇଛନ୍ତି । ଏଥି ସହିତ ଆପେକ୍ସ କୋର୍ଟ ବିଭିନ୍ନ ମାମଲାରେ ପୀଡ଼ିତଙ୍କୁ କ୍ଷତିପୂରଣ ବାବଦକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ କୋର୍ଟଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ପେସିଆଲ ପବ୍ଲିକ୍ ପ୍ରୋସିକୁ୍ୟଟର ରାଜୀବ ସାସମଲ ଏବଂ ଅତିରିକ୍ତ ପବ୍ଲିକ୍ ପ୍ରୋସିକୁ୍ୟଟର ବଳରାମ ଦେଓ ପରିଚାଳନା କରିଥିଲେ ।