ଡିଜେ ଶବ୍ଦ ବଢ଼ାଉଛି ହୃଦଘାତ

 ଗଣମାଧ୍ୟମରୁ ପ୍ରକାଶିତ ଖବର ଅନୁଯାୟୀ ମଧ୍ୟପ୍ରଦେଶର ଏକ ସହରରେ ଡିଜେ ଶବ୍ଦର ବିକଟାଳ ଓ ଭୟାନକ ଉଚ୍ଚ ଶବ୍ଦ ପାଇଁ ଜନୈକ ନାବାଳକଙ୍କ ଅଭାବନୀୟ ମୃତୁ୍ୟ ହୋଇଯାଇଥିଲା । ସେହିପରି କିଛି ଦିନ ତଳେ କଟକ ସହରରେ ଦୁର୍ଗା ଭସାଣି ବେଳେ ଏହି ଡିଜେର ବିକଟାଳ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟିକାରୀ ଶବ୍ଦ ପାଇଁ ଜଣେ ଯୁବକ ଚେତାଶୂନ୍ୟ ହୋଇ ଗୁରୁତର ହୋଇପଡ଼ିବାର ଖବର ମଧ୍ୟ ପ୍ରକାଶ ପାଇଥିଲା । ବର୍ତ୍ତମାନ ସମୟକୁ ଦେଖିଲେ ବିବାହ, ବ୍ରତ ହେଉ ବା କୌଣସି ପର୍ବପର୍ବାଣି, ସାମାଜିକ କାର୍ଯ୍ୟକ୍ରମ ହେଉ ବା ଭୋଜିଭାତ ସବୁଠି ଏହି ଅତି ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଡିଜେ ମୁ୍ୟଜିକ ସିଷ୍ଟମ ପ୍ରାୟତଃ ଆଗୁଆ ଲୋଡ଼ା ପଡ଼ୁଛି । ତେବେ ଅନେକ ହୁଏତ ଜାଣି ନଥାନ୍ତି ଏହି ଅତ୍ୟାଧୁନିକ ଉଚ୍ଚ ଶବ୍ଦର ଡିଜେ ସିଷ୍ଟମରୁ ସୃଷ୍ଟି ହେଉଥିବା ଭୟଙ୍କର ଶବ୍ଦ ମଣିଷ ମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଓ ଘାତକ ସାବ୍ୟସ୍ତ ହେଉଛି । କିଛି ଦିନ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନର ଶବ୍ଦ ପ୍ରଦୂଷଣର କାରଣ ନିମିତ୍ତ ୨୦୩୦ ମସିହା ବେଳକୁ ୧୨ରୁ ୩୫ ବର୍ଷ ବୟସର ଏକ ବିଲିୟନରୁ ଅଧିକ ଲୋକ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି । ଏହି ରିପୋର୍ଟ ମଧ୍ୟ ଦର୍ଶାଇଛି ଯେ ୨୦୩୦ ଶେଷ ବେଳକୁ ୨୩ରୁ ୨୫ ମିଲିଅନ ଲୋକ କାଲ ହୋଇଯିବେ ।  ବିଶ୍ୱ ଶ୍ରବଣ ସ୍ୱାସ୍ଥ୍ୟ ଫାଉଣ୍ଡେସନର ତଥ୍ୟ ଅନୁଯାୟୀ ୭୦ ଡେସିବେଲରୁ ଅଧିକ ହୋଇଥିବା ଧ୍ୱନି ତରଙ୍ଗ ମଣିଷ ପାଇଁ ଘାତକ ଅଟେ । ତେଣୁ ସବୁବେଳେ ୭୦ ଡେସିବଲରୁ କମ ଶବ୍ଦ ମଣିଷର କାନ ଓ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ହୃତପିଣ୍ଡ ପାଇଁ ନିରାପଦ । ଶବ୍ଦର ଧ୍ୱନି ତରଙ୍ଗର ସଂସ୍ପର୍ଶରେ ବାରମ୍ବାର ୭୦ ଡେସିବଲରୁ ଅଧିକ ଉଚ୍ଚ ସଂଗୀତର ଗର୍ଜନ ଅତ୍ୟନ୍ତ ବିପଦଜନକ ତେବେ ଉଦବେଗଜନକ ଓ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ଡିଜେ ଶବ୍ଦ ସହ ମୋବାଇଲ ଫୋନରେ ବ୍ୟବହାର ହେଉଥିବା ଇୟର ଫୋନ ଓ ଇୟର ବର୍ଡ଼ ମଧ୍ୟ ପରୋକ୍ଷ ଭାବେ ହୃତପିଣ୍ଡ ପାଇଁ ଅତ୍ୟନ୍ତ ଘାତକ ପରିବେଶ ସୃଷ୍ଟି କରୁଛି । ଶରୀର ସଂରଚନା ଅନୁଯାୟୀ କାନ ଓ ହୃତପିଣ୍ଡ ଭିତରେ ସିଧା ସଳଖ ସଂଯୋଗ ରହିଛି । କାନ ଗ୍ରହଣ କରିପାରୁନଥିବା ଅର୍ଥାତ୍ ସହି ପାରୁନଥିବା ଏହି ଉଚ୍ଚ ଶବ୍ଦ ସ୍ନାୟୁ ମାଧ୍ୟମରେ ହୃତପିଣ୍ଡରେ ପହଞ୍ଚôଯାଏ । ଯାହାଦ୍ୱାରା ଯେତେବେଳେ ଡିଜେ ପ୍ରଭୃତିର ଉଚ୍ଚ ଧ୍ୱନି କାନରେ ବାଜେ ସେତେବେଳେ କାନ ଏହାକୁ ଧରି ରଖିବାକୁ ଏକ ପ୍ରକାର ଅକ୍ଷମ ହୋଇଥାଏ । ଯାହାଦ୍ୱାରା ସ୍ନାୟବିକ ପ୍ରକ୍ରିୟାରେ ତାହା ହୃତପିଣ୍ଡରେ ପହଞ୍ଚେ ଓ ଏପରି ପରିସ୍ଥିତିରେ ହଠାତ୍ ହୃଦସ୍ପନ୍ଦନ ବଢ଼ିଯାଏ । ଏହି ପରିସ୍ଥିତିରେ କାନ ଶିରାରେ ଥିବା ରକ୍ତ ମୋଟା ହେବାକୁ ଲାଗେ ଯଦି ଏହା ଦୀର୍ଘ ସମୟ ଧରି ରହେ ତେବେ