ଦିନକୁ କେତେ ପାଣି ପିଇବେ?
ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ ପାଇଁ ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ ।- ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା
- ଅର୍ଥାତ୍ ଦିନକୁ ୨ରୁ ଅଢେଇ ଲିଟର ପାଣି ପିଇବା ଆବଶ୍ୟକ
- ଜଣେ ବ୍ୟକ୍ତିର କାମ ଅନୁସାରେ ପାଣି ଦରକାର ପଡ଼ିଥାଏ
- ଚାଷ କରୁଥିବା ଓ ଜିମ୍ ଯାଉଥିବା ବ୍ୟକ୍ତି ଅଧିକ ପାଣି ପିଅନ୍ତୁ
- ଅଧିକ ଝାଳ ବାହାରୁଥିଲେ ୩ରୁ ସାଢେ ୩ ଲିଟର ପାଣି ପିଇ ପାରିବେ
- ଅଫିସ୍ କିମ୍ବା ଘରେ ରହି କାମ କରୁଥିଲେ ୨ରୁ ଅଢେଇ ଲିଟର ପାଣି ଯଥେଷ୍ଟ
- ଖାଦ୍ୟ ଖାଇ ସାରିବା ମାତ୍ରେ ପାଣି ପିଅନ୍ତୁ ନାହିଁ
- ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଉଚିତ୍
- ଖାଦ୍ୟ ଠିକ୍ ଭାବେ ହଜମ ହେବା ପାଇଁ ପାଣିର ଆବଶ୍ୟକତା ନଥାଏ
- ପାଣି ପିଇଲେ ନୁହେଁ ପେଟରେ ଥିବା ଏସିଡ୍ ଦ୍ୱାରା ଖାଦ୍ୟ ହଜମ ହୋଇଥାଏ
- ଖାଇ ସାରିବା ମାତ୍ରେ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ବ୍ୟାଘାତ ସୃଷ୍ଟି ହୁଏ
- ସଂଧ୍ୟା ପରେ ଅଧିକ ପାଣି ପିଇବା ଠିକ୍ ନୁହେଁ
- ରାତିରେ ଶୋଇବା ପରେ ଉଠି ଅଧିକ ପାଣି ପିଅନ୍ତୁ ନାହିଁ