ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୁସ୍ଥ ଅଛନ୍ତି

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୁସ୍ଥ ଅଛନ୍ତି

ସୁସ୍ଥ ଅଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଆରଏମଏଲ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି । ବ୍ଲଡ୍‌ ପ୍ରେସର ସ୍ଥିର ରହିଥିବାବେଳେ ମୁଣ୍ଡ ବୁଲାଉଥିବା ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି । ଏବେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ସାଂସଦ ମୁକେଶ ରାଜପୁତ ଆଇସିୟୁରେ ଅଛନ୍ତି ।

ମେଡାକିଲ ଟିମ୍‌ର ସ୍ୱାସ୍ଥ୍ୟ ଅନୁଧ୍ୟାନ ପରେ ଜେନେରାଲ ବେଡ୍‌କୁ ଅଣାଯିବ । ଏମ୍‌ଆରଆଇ ଓ ସିଟିସ୍କାନ୍‌ ରିପୋର୍ଟ ସବୁ ଠିକ୍‌ଠାକ୍‌ ରହିଛି । ଆଜି ବି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ହସ୍ପିଟାଲ ଯାଇ ଦୁଇ ସାଂସଦଙ୍କୁ ଭେଟିଛନ୍ତି । ଗତକାଲି ସଂସଦରେ ଠେଲାପେଲାବେଳେ ଆହତ ହୋଇଛନ୍ତି ୨ ସାଂସଦ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଠେଲି ଦେଇଥିବା ଅଭିଯୋଗ  ହୋଇଛି।