ମଧ୍ୟାହ୍ନ ଭୋଜନରେ ଦେଶୀ ଖାଦ୍ୟ ଖାଇଲେ ରାଷ୍ଟ୍ରପତି ମୁର୍ମୁ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ସମୟରେ ଶୁକ୍ରବାର ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିଛନ୍ତି। ଷ୍ଟୋର୍ଟରରେ ପନିର ଟିକା, ବେବିକର୍ଣ୍ଣ, କୋଳଥ ଡାଲି ପାଳଙ୍ଗ ସୁପ୍, ଗ୍ରୀନ ସାଲାଡ, କର୍ଣ୍ଣ ମଟର ସାଲାଡ, ବିଲାତି ଖଜୁରୀ ଖଟା, ପାମ୍ପଡ ଖାଇଛନ୍ତି। ସେହିପରି ମେନ କୋର୍ସରେ ଖେଚୁଡ଼ି, ଘିଅ ଭାତ, ଡାଲମା, ଭେଣ୍ଡି ଭଜା, ଛତୁ ବେସର, ଲାଉ ଚଣାଡାଲି ତରକାରି, ଆଳୁ ପୋସ୍ତ ଓ ରୁଟି ଖାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତିଙ୍କ କାରକେଡ ବାହାରି ରାଜଭବନ ଯାଇଥିଲା। ଏହାପରେ ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିଥିଲେ।