ପୁଲିସ୍ ହକି ଚାମ୍ପିଅନ୍ସିପ୍ ଉଦ୍ଘାଟିତ
ଭୁବନେଶ୍ୱର : ସୋମବାରଠାରୁ ଭୁବନେଶ୍ୱରର ସପ୍ତମ ବାଟାଲିୟନ ପଡ଼ିଆରେ ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୁଲିସ୍ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗ ଦେଇ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ପରିଚାଳକମାନଙ୍କୁ ଖେଳୁଆଡ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ସମସ୍ତ ଅଂଶଗ୍ରହଣକାରୀ ଦଳ, ପ୍ରଶିକ୍ଷକ ଓ କ୍ରୀଡ଼ା ଅଧିକାରୀଙ୍କୁ ସ୍ୱାଗତ କରି ସଫଳତା କାମନା କରିଥିଲେ । ଏହି ଅବସରରେ ଆରକ୍ଷୀ ମହାନିଦେ୍ର୍ଦଶକ ଶ୍ରୀ ଖୁରାନିଆ ଓଡ଼ିଶା ପୁଲିସକୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ସର୍ବ ଭାରତୀୟ ପୁଲିସ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡକୁ କୃତଜ୍ଞତା ଜଣାଇଥିଲେ । ଏହି ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମାରୋହର ପ୍ରାରମ୍ଭରେ ଆଇଜି (ପ୍ରଶିକ୍ଷଣ) ତଥା ଆୟୋଜକ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ତଥା ଆୟୋଜକ କମିଟିର ଉପାଧ୍ୟକ୍ଷ ଦୟାଲ ଗଙ୍ଗୱାର ସ୍ୱାଗତ ଭାଷଣ ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ସଶସ୍ତ୍ର) ତଥା କମିଟିର ଉପସଭାପତି ରାଜେଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏପ୍ରିଲ ୭ରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଲିଗ୍ କମ୍ ନକଆଉଟ୍ ଫର୍ମାଟରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ଦଳ ଅଂଶଗ୍ରହଣ କରୁଛନ୍ତି । ୨୬ ଟି ପୁରୁଷ ଓ ୯ ଟି ମହିଳା ଦଳ ଏହି ଚାମ୍ପିଅନସିପ୍ରେ ଭାଗ ନେଉଛନ୍ତି । ଏହି ଉଦ୍ଘାଟନି ସମାରୋହରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ, ସମସ୍ତ ଟିମର ଅଧିନାୟକ ଓ ଖେଳାଳି ପ୍ରମୁଖ ଉପସ୍ଥିତ ଥିଲେ ।