ଜାଣନ୍ତୁ , ସଂସଦର ମିଳିତ ଅଧିବେଶନରେ କ’ଣ କହିଲେ ରାଷ୍ଟ୍ରପତି

ଜାଣନ୍ତୁ , ସଂସଦର ମିଳିତ ଅଧିବେଶନରେ କ’ଣ କହିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଶୁକ୍ରବାର ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ସେ ପ୍ରଥମେ ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ ଜଣାଇଥିଲେ । ଏହାସହ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 
ଏହାଛଡ଼ା ସେ କହିଛନ୍ତି ଯେ ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ନିଷ୍ପତ୍ତି ନେଉଛି ।  ୨ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ସ୍ୱାମୀତ୍ୱ ଯୋଜନାରେ ସାମିଲ କରାଯାଇଛି । ଆୟୁଷ୍ମାନ ଯୋଜନାରେ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ସୀମା ବୃଦ୍ଧି କରାଯାଇଛି । ସମସ୍ତଙ୍କୁ ଆବାସ ପାଇଁ ପଦକ୍ଷେପ ନିଆଯାଇଛି । ୧୦ ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ ଗତ ଦେଇଛି । ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯାଉଛି । ବନେ୍ଦ ଭାତ ଓ ନାମୋ ଭାରତ ଟ୍ରେନ ଦୌଡ଼ୁଛି । ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇଛି । ଭାରତ ବିଶ୍ୱର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି । ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ କରାଯାଇଛି । ମଧ୍ୟବିତ୍ତ ଯେତେ ବଡ଼ ସ୍ୱପ୍ନ ଦେଖିବ, ଦେଶ ସେତେ ଆଗେଇବ ।    ଆୟକରଦାତାଙ୍କ ପାଇଁ ଟିକସ ବ୍ୟବସ୍ଥା ସରଳ କରାଯାଇଛି । ମହିଳାଙ୍କୁ ସଶକ୍ତ କରିବା ଆମ ସରକାରଙ୍କ ଲକ୍ଷ୍ୟ । ୩ କୋଟି ଲକ୍ଷପତି ଦିିଦି ସୃଷ୍ଟି କରିବା ଆମ ସରକାରର ଲକ୍ଷ୍ୟ । ଏବେ ୧କୋଟି ୩୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଡ୍ରୋନ ଦିନି ଜରିଆରେ ମହିଳାଙ୍କୁ ସଶକ୍ତ କରାଯାଉଛି । ଅଲିମ୍ପିକ୍ସରେ ଦେଶର ଝିଅମାନେ ପଦକ ଜିତୁଛନ୍ତି । ଆଜିର ମହିଳା ଲଢ଼ୁଆ ବିମାନ ଉଡ଼ାଉଛନ୍ତି । ଏଆଇ ଓ ଡିଜିଟାଲ କ୍ଷେତ୍ରରେ ଭାରତ ଏବେ ପଥ ପ୍ରଦର୍ଶକ ବୋଲି ରାଷ୍ଟ୍ରପତି କହିଛନ୍ତି ।    

ସେହିପରି ରାଷ୍ଟ୍ରପତି କହିଛନ୍ତି ଯେ କ୍ରୀଡ଼ା ପାଇଁ ବିଶ୍ୱସ୍ତରୀୟ ବାତାବରଣ ସୃଷ୍ଟି କରାଯାଉଛି । ଏବେ ଦେଶରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଉଛି ।  ୧୩ଟି ଭାଷାରେ ଏବେ ପରୀକ୍ଷା ପରିଚାଳନା କରାଯାଉଛି । ଦେଶରେ ଉଚ୍ଚଶିକ୍ଷାନୁଷ୍ଠାନ ସଂଖ୍ୟା ବୃଦ୍ଧି ପାଇଛି । ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ଏବେ ପ୍ରମୁଖ ଦେଶ । ଦେଶରେ ରେକର୍ଡ ସଂଖ୍ୟାରେ ଡିଜିଟାଲ ପେମେଣ୍ଟ ହୋଇଛି । ସାଇବର କ୍ରାଇମ ସାମାଜିକ ସୁରକ୍ଷାରେ ଏକ ବଡ଼ ଚ୍ୟାଲେଞ୍ଜଭାବେ ଉଭା ହୋଇଛି । ଏହାର ମୁକାବିଲା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ୧୦ ବର୍ଷ ତଳେ ଭିତ୍ତିଭୂମି ୨ ଲକ୍ଷକୋଟି ଥିବାବେଳେ ଏବେ ଏହା ୧୧ ଲକ୍ଷ କୋଟି ହୋଇଛି । ସ୍ପେଶ ଡକିଂରେ ଆମକୁ ସଫଳତା ମିଳିଛି ବୋଲି ରାଷ୍ଟ୍ରପତି କହିଛନ୍ତି ।   

ଏହାଛଡ଼ା ରାଷ୍ଟ୍ରପତି କହିଛନ୍ତି ଯେ ପିଏମ ଗତି ଶକ୍ତି ଦ୍ୱାରା ଦେଶରେ କନେକ୍ଟିଭିଟି ବୃଦ୍ଧି ପାଇଛି । ଦେଶରେ ରେଲୱେ ନେଟୱର୍କ ଓ ବିମାନବନ୍ଦର ସଂଖ୍ୟା ବୃଦ୍ଧି ପାଇଛି । କାଶ୍ମୀରରେ ସବୁଠୁ ଉଚ୍ଚ ରେଲୱେ ବ୍ରିଜ ନିର୍ମାଣ ହୋଇଛି । ଦେଶରେ ମେଟ୍ରୋ ନେଟୱର୍କ ୧ କିମିରୁ ଊଦ୍ଧ୍ୱର୍ ରହିଛି । ଦିଲ୍ଲୀରେ ମେଟ୍ରୋର ଦ୍ରୁତଗତିରେ ବିସ୍ତାର ହେଉଛି । ଶିଶୁ-ମାତୃ ମୃତୁ୍ୟହାରରେ ସୁଧାର ଆସିଛି । କ୍ୟାନସର ଔଷଧ ଉପରେ କଷ୍ଟମ ଡୁ୍ୟଟି ହଟାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।