କ’ଣ କହିଲେ ରାଷ୍ଟ୍ରପତି ଜାଣନ୍ତୁ
ନୂଆଦିଲ୍ଲୀ: ଆଜି ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କ’ଣ ସବୁ କହିଛନ୍ତି ସଂକ୍ଷେପରେ ଜାଣନ୍ତୁ
-ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି
-ଚାରିଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ ହେଉଥିଲା
-ଦେଶରେ ପୁଣି ଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି
-ମୋ ସରକାର ଉପରେ ଲୋକେ ତୃତୀୟ
ଥର ଭରସା କଲେ
-ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ
-୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର
- ରାଜ୍ୟର ବିକାଶରେ ଦେଶର ବିକାଶ, ଏହି ବିଶ୍ୱାସରେ ଆଗକୁ ବଢିବା
-ଅର୍ଥନୀତିରେ ଦେଶ ବିଶ୍ୱର ପଞ୍ଚମସ୍ଥାନକୁ ଉନ୍ନୀତ ହୋଇଛି
-ଏବେ ତୃତୀୟସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି
-ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ୱ ଦେଇଛି
-ଆଗାମୀ ବଜେଟ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ
-ମୋ ସରକାର ଆରମ୍ଭରୁ ଏମଏସପି ବୃଦ୍ଧି କରିଛନ୍ତି
-ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି