୨୩ ସକାଳେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୨୩ ତାରିଖ ଦିନ ରାଷ୍ଟ୍ରପତି ଦୈ୍ରପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ପୂର୍ବାହ୍ନ ୯ଟା ୫୫ ମିନିଟରେ ସେ ବାଙ୍ଗିରିପୋଷି ହ୍ୟାଲିପେଡରେ ପହଞ୍ଚିବେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବାଙ୍ଗିରିପୋଷି ଷ୍ଟେସନରେ ବିଭିନ୍ନ ରେଲୱେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି ଭର୍ଚ୍ଚୁଆଲରେ ଆଦିବାସୀ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ପକାଇବେ । ଏହାଛଡ଼ା ରାଷ୍ଟ୍ରପତି ଭୁବନେଶ୍ୱରରେ ବି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।