ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି: ପ୍ରସନ୍ନ ପାଟ୍ଟଶାଶୀ

ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି:  ପ୍ରସନ୍ନ ପାଟ୍ଟଶାଶୀ

ଭୁବନେଶ୍ୱର: ବିଜେଡିରେ ଏବେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ଦଳୀୟ ଅସନ୍ତୋଷ ଏବେ ବିସ୍ପୋରଣର ରୂପ ନେବାକୁ ଯାଉଛି । ଗତକାଲି ବରିଷ୍ଠ ବିଜେଡି ନେତା ଅମରପ୍ରସାଦ ଶତପଥୀ ନିଜର ଅସନ୍ତୋଷ ଝାଡ଼ିଥିବାବେଳେ ଆଜି  ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି ।  ଭି.କେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି ବୋଲି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।  ଏହାଛଡ଼ା ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ  ଥିବେ ସେତେ ପର୍ଯ୍ୟନ୍ତ ମୁଁ ବିଜେଡିକୁ ଆସିବି ନାହିଁ । ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ବୋଲି ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।