ବଜେଟ୍‌ ୨୦୨୬-୨୭ : ଓଡ଼ିଶାକୁ ‘ଖଣିଜ କରିଡର’ ଭେଟି

ବଜେଟ୍‌ ୨୦୨୬-୨୭ : ଓଡ଼ିଶାକୁ ‘ଖଣିଜ କରିଡର’ ଭେଟି

ଆଜି କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ହୋଇଛି । ଦେଶର ଶିଳ୍ପ ଓ ଭିତ୍ତିଭୂମି ବିକାଶକୁ ନୂଆ ଦିଶା ଦେବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ‘ଖଣିଜ କରିଡର’ ନିର୍ମାଣ ନେଇ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡ଼ିଶା ସମେତ ଦେଶର ୫ଟି ପ୍ରମୁଖ ରାଜ୍ୟକୁ ସାମିଲ କରାଯାଇଛି । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ ଏବଂ କେରଳରେ ଏହି ଖଣିଜ କରିଡର ପ୍ରତିଷ୍ଠା କରାଯିବ । ଏହି କରିଡରଗୁଡ଼ିକ ବିଶେଷ କରି ଖଣିଜ ସମ୍ପଦ ଭରପୂର ଅଞ୍ଚଳଗୁଡ଼ିକୁ ଶିଳ୍ପାଞ୍ଚଳ ଏବଂ ବନ୍ଦର ସହ ସିଧାସଳଖ ଯୋଡ଼ିବ । ଏହାଦ୍ୱାରା ଖଣିଜ ଦ୍ରବ୍ୟର ପରିବହନ ବ୍ୟବସ୍ଥା ସହଜ ହେବା ସହ ଲଜିଷ୍ଟିକ୍ସ ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ।

ଏହି କରିଡର ଯୋଜନା ଲୁହାପଥର, କୋଇଲା, ବକ୍ସାଇଟ୍‌ ଓ କ୍ରୋମାଇଟ୍‌ ପରି ମୂଲ୍ୟବାନ ସମ୍ପଦର ରପ୍ତାନି ଏବଂ ସ୍ଥାନୀୟ ଶିଳ୍ପରେ ବ୍ୟବହାର ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି ଯୋଜନା ଅଧୀନରେ ରେଳପଥ ଏବଂ ଜାତୀୟ ରାଜପଥର ବ୍ୟାପକ ସଂପ୍ରସାରଣ କରାଯିବ । ଫଳରେ ଖଣିରୁ କଞ୍ଚାମାଲ କାରଖାନାକୁ ଶୀଘ୍ର ପହଞ୍ଚିପାରିବ । ଏହି ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।