‘ଖୁସି’ ଛଡ଼ାଇ ନେଇଛି କିଶୋରୀଙ୍କ ଖୁସି: ୧୦ ଟଙ୍କାରେ ବିକ୍ରୀ ହେଉଛି ‘ଖୁସି’

 ଜୟପୁର : ଜୟପୁର ମୁଖ୍ୟ ସଡକ ସର୍ଦାର ପଟେଲ ମାର୍ଗରେ ଥିବା ଜଗଧାତ୍ରିପୂର ସହରି ଚିକିସôା କେନ୍ଦ୍ରର ପଛପଟ ଗୃହ ବାରଣ୍ଡାରେ ଖରା ବର୍ଷା ଖାଇ ଏକ ବର୍ଷେରୁ ଉଦ୍ଧ୍ୱର୍ର୍ ହେବ ପଡ଼ି ରହିଛି ଶହ ଶହ କାର୍ଟୁନ ସାନିଟାରୀ ପେଡ ଖୁସି । 
ରାଜ୍ୟ ସରକାରଙ୍କ କିଶୋରୀ ସ୍ୱଛତା କାର୍ଯ୍ୟକ୍ରମ ଯୋଜନା ଅନ୍ତର୍ଗତରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କୋଟି କୋଟି ଟଙ୍କାର ସାନିଟାରୀ ପେଡ କିଣି ଅମାତା ପୂତ୍ର ଭଳି ଖୋଲାମେଲାରେ ପକାଇ ରଖିଛି ଖୁସିକୁ । ସହରରେ କିଶୋରୀ ମାନେ ସରକାରଙ୍କ ସାନିଟାରୀ ପେଡ ଖୁସି ନପାଇ ବଜାରରୁ ବିଭିନ୍ନ ପ୍ରକାରର କମ୍ପାନୀ ମାନଙ୍କ ପ୍ୟାକେଟ ୪୨ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ଖୁସି ପ୍ୟାକେଟ ଉପରେ ସ୍ୱଷ୍ଟ ଲିଖିତ ଅଛି ଆଶା କର୍ମୀ ମାନଙ୍କ ଦ୍ୱାରା ୬ ଟଙ୍କାରେ କିଶୋରୀ ମାନଙ୍କୁ ବିକ୍ରୀ କରିବାକୁ ଉଲ୍ଲେଖ ରହିଥିବା ବେଳେ ଏହାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଠିକ ପରିଚାଳନା କରିବାରେ ଅସମର୍ଥ ହୋଇଛି, ଯଦ୍ୱାରା ସହରର ଗଳୀ କନ୍ଦି ଦୋକାନ ମାନଙ୍କରେ ୧୦ ଟଙ୍କାରେ ସରକାରୀ ସାନିଟାରୀ ପେଡ ଖୁସି ବିକ୍ରୀ ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହା ସହ ଗୁଡ଼ାଏ ଔଷଧ ସହ ଗ୍ଲୋବସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କୀଟ ବାରଣ୍ଡାରେ ପଡିରହିଛି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ପଚାରିବାରୁ ଏଥି ସମ୍ବନ୍ଧରେ କାହାରି ପାଖରେ କିଛି ସୂଚନା କିମ୍ବା ତଥ୍ୟ ନଥିବା କହିଛନ୍ତି । ଜୁଲାଇ ୨୦୨୪ ତିଆରି ତାରିଖ ଲେଖା ଯାଇଥିବା ପେଡ ଖୁସି ତିନି ବର୍ଷ ମଧ୍ୟରେ ଯଦି ବ୍ୟବହାର କରା ନଯାଏ ତେବେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ସାନିଟାରୀ ପେଡ ଖୁସି ନଷ୍ଟ ହେବା ସୁନିଶ୍ଚତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।