ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ ଜବତ

ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ ଜବତ

କଟକ:  ଜବତ ହେଲା ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ । ନିଶା କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ଏକ କାର୍‌ ମଧ୍ୟ ଜବତ କରିଛି କଟକ ବୟାଳିଶ ମୌଜା ଥାନା ପୋଲିସ ।  ସୂଚନା ମୁତାବକ, କଟକ ସଦର ଅଞ୍ଚଳରେ ବହୁ ମାତ୍ରାରେ ବେଆଇନ୍‌ ନିଶା କଫ୍‌ ସିରପ୍‌ ପ୍ରସ୍ତୁତ ହେଇଥିବା ନେଇ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ହଠାତ ଉକ୍ତ ସ୍ଥାନରେ ଚଢାଉ କରିଥିଲା ପୋଲିସ । ସେଠାରେ ଚଢାଉ କରି ଦେଢ ଶହ ଲିଟରରୁ ଉର୍ଦ୍ଧ୍ୱ ନିଶା କଫ୍‌ ସିରପ୍‌ ଜବତ କରିଛି ପୋଲିସ । ଏହା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରି ଏକ କାର୍‌ ଜବତ କରିଛି କଟକ ବୟାଳିଶ ମୌଜା ଥାନା ପୋଲିସ ।