ମେ’ରେ ମାଟ୍ରିକ୍ ରେଜଲ୍ଟ 

ମେ’ରେ ମାଟ୍ରିକ୍ ରେଜଲ୍ଟ 

ଆଜି ଶେଷ ହୋଇଛି ମାଟ୍ରିକ୍ ପରୀକ୍ଷା । ମାଟ୍ରିକ୍ ପରୀକ୍ଷା ସୁରୁଖୁରୁରେ ସମାପ୍ତ ହୋଇଥିବାର ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମାର୍ଚ୍ଚ ୧୯ରୁ ଖାତା ଦେଖା ଆରମ୍ଭ ହେବ । ପ୍ରଶ୍ନପତ୍ରରେ କୁ୍ୟଆର କୋର୍ଡ ଓ ୱାଟର ମାର୍କ ରହିବା ଦ୍ୱାରା ବିଶେଷ ଲାଭ ମିଳିଛି ବୋଲି ବୋର୍ଡ ସଭାପତି କହିଛନ୍ତିି  । ଏହି ନୂତନ ଜ୍ଞାନ କୌଶଳ ବିଶେଷ କାମ ଦେଇଛି । ଏଆଇ ପରୀକ୍ଷାରେ ଅନିୟମିତତାକୁ ଧରିବାରେ ସଫଳ ହୋଇଛି । ଏହାଛଡା ଏଥର ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ  ଓ ସମସ୍ତେ ସହଯୋଗ ବି କରିଛନ୍ତି ।