ବଦଳିଛି ଯୋଜନାର ନାଁ , ମାନିଲେ ନୂଆ ସରକାର

ସରକାର ମାନିଲେ , ଯୋଜନାର ନାଁ ପରିବର୍ତ୍ତନ ହେଇଛି । ଏନେଇ ବିଧାନସଭାରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସୂଚନା ମୁତାବକ, କୌଣସି ଯୋଜନା ବନ୍ଦ ହେବା ନେଇ ପ୍ରସ୍ତାବ ଆସିନି । କେତେ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ଏବେ ସୁଦ୍ଧା 9ଟି ନୂଆ ଯୋଜନା ପ୍ରଣୟନ କରିଛନ୍ତି ନୂଆ ସରକାର । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀମନ୍ଦିର ପ୍ରଶାସନ ପାଇଁ କର୍ପସ ଫଣ୍ଡ, ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା, ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଓଡିଆ ଅସ୍ମିତା କର୍ପସ ଫଣ୍ଡ ଭଳି ଯୋଜନା ଆରମ୍ଭ କରିଛନ୍ତି ମୋହନ ସରକାର । ଏହାସହ ଅନ୍ତୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଓ ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନାକୁ ଆରମ୍ଭ କରିଛନ୍ତି ନୂଆ ସରକାର ।