ପୂଜା କମିଟି ପାଇଁ ବଡ଼ ଖବର : ଛାଡ଼ ହେଲା ପୂଜା ରେଣ୍ଟ
durga puja

ଭୁବନେଶ୍ୱର : ଦୁର୍ଗାପୂଜା କମିଟିକୁ ଦଶହରା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ଗାପୂଜା ପାଇଁ ପେଣ୍ଡାଲ ନିମନ୍ତେ ପ୍ରଶାସନକୁ ରେଣ୍ଟ ଦେବାକୁ ପଡ଼ିଥାଏ । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ବିଭିନ୍ନ ଦୁର୍ଗା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ କାମନା କରିଥିଲେ । ପୂଜା ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କଟକ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପୂଜା ମଣ୍ଡପର ରେଣ୍ଟ ଛାଡ଼ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଟକ ଯାଇ ପୂଜା ମଣ୍ଡପ ବୁଲିବେ ।