‘ମାନସ ହେଉଛନ୍ତି ଦଲାଲ୍‌’

manas mangaraj bjd

‘ମାନସ ହେଉଛନ୍ତି ଦଲାଲ୍‌’

ବିଜେପି ସହ ଡିଲ୍‌ କରିଛନ୍ତି
‘ବିବେକ’ ଭୋଟ୍‌ ପାଇଁ ସସ୍ମିତଙ୍କୁ କହିଥିଲେ ମାନସ 
ଜୋରଦାର ବିରୋଧ କରିବ ବିଜୁ ଛାତ୍ର ଓ ଯୁବ ଜନତା 

ଭୁବନେଶ୍ୱର : ମାନସ ମଙ୍ଗରାଜ ବିଜେପି ସହ ଡିଲ୍‌ କରି ବେପାର କରୁଛନ୍ତି  । ସେ ବିଜେପିର ଦଲାଲ ସାଜିଛନ୍ତି  । ସେମାନେ ବିଜେଡ଼ି ଧ୍ୱଂସ ହୋଇଯାଉ ବୋଲି ସେମାନେ ଚାହୁଁଛନ୍ତି  । ଆଗାମୀ ଦିନରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କୁ ଜୋରଦାର ବିରୋଧ କରିବ  । 

ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ନୀଳ ମାଧବ ମହାନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ  । ସେ କହିଛନ୍ତିଯେ, ସସ୍ମିତ ପାତ୍ର ବିନା କଷ୍ଟରେ ନେତା ହୋଇଛନ୍ତି  । ନବୀନ ପଟ୍ଟନାୟକଙ୍କ ଦୟାରୁ ସଂସଦୀୟ ଦଳର ନେତା ହୋଇଥିଲେ  । ବିଜେପି ସପକ୍ଷରେ ସେ ଭୋଟ୍‌ ଦେବା ଆମକୁ ଆଶ୍ଚର୍ଯ୍ୟ କରିଛି  । ଭୋଟିଂ ପରଦିନ ସସ୍ମିତ ପାତ୍ରଙ୍କୁ ଯୁବ ଓ ଛାତ୍ର ଜନତା ଦଳର ନେତା ଫୋନ୍‌ କରି ପଚାରିଥିଲେ  । ସେ କହିଥିଲେଯେ, ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା  । ମାନସ ମଙ୍ଗରାଜ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ସସ୍ମିତ କହିଥିଲେ  । ବିଜେପି ସହ ଡିଲ୍‌ କରି ବେପାର କରୁଛନ୍ତି  । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଜେଡ଼ିକୁ ନଷ୍ଟ କରିବା  । ମାନସ ମଙ୍ଗରାଜଙ୍କୁ ଜୋରଦାର ବିରୋଧ କରାଯିବ  । ସସ୍ମିତ ଆସିଲେ ବି ବିରୋଧ କରି ପଚାରିବୁ ବୋଲି ସେ କହିଛନ୍ତି  ।