ମଣ୍ଡପ ପଲିଟିକ୍ସ : ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତିଯୋଗିତା କରୁଛନ୍ତି ନବୀନ : ପୃଥ୍ୱୀରାଜ
durgapuja

ଭୁବନେଶ୍ୱର : ପୂଜାମଣ୍ଡପ ବୁଲାକୁ ନେଇ ଏବେ ରାଜନୀତି ଜୋରଧରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ପୂଜା ମଣ୍ଡପ ବୁଲିଥିବାବେଳେ ଆସନ୍ତାକାଲି ସେ କଟକରେ ପୂଜା ମଣ୍ଡପ ବୁଲିବେ । ଅପରପକ୍ଷରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପୂଜା ମଣ୍ଡପ ବୁଲିଛନ୍ତି । ତେବେ ଏହି ପୂଜା ମଣ୍ଡପ ବୁଲିବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲିବାକୁ ନେଇ ମେୟର ସୁଲୋଚନା ଦାସ କହିଛନ୍ତିଯେ, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ । ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ । ଏବେ ବି ନବୀନ ବାବୁଙ୍କ କ୍ରେଜ୍ କମିନି ବୋଲି ସେ କହିଥିଲେ । ଏହାର ଉତ୍ତରରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତିଯେ, ‘କାହାର କେତେ କ୍ରେଜ୍ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡିଯାଇଛି । ଯିଏ ୨୪ ବର୍ଷ ଧରି ବୁଲୁନଥିଲେ, ସିଏ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି । ଯିଏ ରାବଣପୋଡି ଯାଇନଥିଲେ, ସିଏ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି ।’