ଇ ବ୍ୟାଙ୍କିଙ୍ଗ୍‌ କରୁଥିଲେ ଧ୍ୟାନ ଦିଅନ୍ତୁ

ଇ ବ୍ୟାଙ୍କିଙ୍ଗ୍‌ କରୁଥିଲେ ଧ୍ୟାନ ଦିଅନ୍ତୁ

ସଭିଙ୍କ ପାଇଁ ବିଶେଷକରି ମହିଳାମାନେ ବାହାରକୁ ଗଲେ ପର୍ସରେ କ୍ୟାଶ୍‌ ରଖି ଯାଉଥିବାରୁ ଟଙ୍କା ଚୋରି, ଡକାୟତି ଇତ୍ୟାଦିର ଆଶଙ୍କା ରହିଥାଏ; ଯାହାକି ଇ-ବ୍ୟାଙ୍କିଙ୍ଗ ଆସିବା ପରଠୁ ବହୁମାତ୍ରାରେ କମିଯାଇଛି। ହେଲେ ଏଥିରେ ବି ବିଭିନ୍ନ ସମସ୍ୟାର ଆଶଙ୍କା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଇ-ବ୍ୟାଙ୍କିଙ୍ଗ କରୁଥିଲେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ …
ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ କରୁଥିଲେ କୌଣସି ଲାଇସେନ୍ସ ଆଣ୍ଟିଭାଇରସ୍‌ ଲୋଡ୍‌ କରନ୍ତୁ। କାରଣ ଫ୍ରି ଆଣ୍ଟିଭାଇରସ୍‌ରେ ଅନେକ ସମୟରେ ହ୍ୟାକର୍‌ମାନଙ୍କୁ ଆପଣଙ୍କ ଡିଟେଲ୍‌ସ ମିଳିବାରେ ସହଜ ହୋଇଥାଏ।
ବ୍ୟାଙ୍କିଙ୍ଗ୍‌ କରୁଥିଲେ ଟ୍ରାଞ୍ଜାକ୍ସନ ସରିବା ପରେ ଲଗ୍‌ଆଉଟ୍‌ କରନ୍ତୁ। ଏଭଳି ରଖନ୍ତୁ, ଯେପରି ଅନ୍ୟମାନଙ୍କୁ ଏହା ଜାଣିବା କିମ୍ବା ହ୍ୟାକ୍‌ କରିବା ସହଜ ହେବ ନାହିଁ। ନିଜ ପାସ୍‌ୱାର୍ଡ ଅନ୍ୟ ସହ ଶେୟାର କରନ୍ତୁ ନାହିଁ।
ପର୍ସନାଲ କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌ କିମ୍ବା ମୋବାଇଲ୍‌ରେ ହିଁ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରନ୍ତୁା କାରଣ ପବ୍ଲିକ୍‌ କମ୍ପ୍ୟୁଟର୍‌ କିମ୍ବା ସାଇବର୍‌ କାଫେରେ ଏହା ଅସୁରକ୍ଷିତା
ମୋବାଇଲ୍‌ରେ ନେଟ୍‌ ବ୍ୟାଙ୍କିଙ୍ଗ୍‌ କରୁଥିଲେ କୌଣସି ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ସେଥିରେ କେଉଁସବୁ ଡାଟା ଏବଂ ଡିଟେଲ୍ସ ଆବଶ୍ୟକ ହେଉଛି ତାହାକୁ ଭଲ ଭାବେ ପଢିବା ପରେ ଇନ୍‌ଷ୍ଟଲ କରନ୍ତୁ। ନଚେତ୍‌ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରୋ।