ଗର୍ବ ନିଶାର ପରିଣତି

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଗର୍ବ ନିଶାର ପରିଣତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମଣିଷ ଜୀବନରେ ବହୁତ ପ୍ରକାରର ନିଶା ଅଛି  । ସେଥିମଧ୍ୟରୁ ମାଦକ ଦ୍ରବ୍ୟର ନିଶା ମଣିଷର ଶରୀରକୁ ନଷ୍ଟ କରୁଥିବା ବେଳେ ଚରିତ୍ରଗତ କିମ୍ବା ବୌଦ୍ଧିକ ନିଶା ମଣିଷକୁ ମହାନ୍ କିମ୍ବା ବିନାଶପଥରେ ବାଟ କଢେଇ ନେଇପାରେ  । ଅସହାୟଙ୍କୁ ସହାୟ ହେବା, ଅନ୍ୟର ଅମଙ୍ଗଳ ନକରିବା, ନିଜ ସାମର୍ଥ୍ୟ ଅନୁସାରେ ଅପରକୁ ସାହାଯ୍ୟ କରିବା ଆଦି ବୌଦ୍ଧିକ ନିଶାଗୁଡିକ ମଣିଷକୁ ମହାନ୍ କରୁଥିବା ବେଳେ ଧନକୁ ନେଇ ଗର୍ବ କରିବା, ନିଜେ ବର୍ତ୍ତମାନର ଭଲ ଅଛେ ବୋଲି ଗର୍ବ କରିବା, ସମାଜରେ ପାଞ୍ଚ କିମ୍ବା ଦଶଜଣଙ୍କଠୁ ଆଗେଇ ଗଲେ ବୋଲି ଗର୍ବ କରିବା କିମ୍ବା ନିଜଠୁ ଟିକେ ଉଣାରେ ଥିବା ବ୍ୟକ୍ତିକୁ ତାସôଲ୍ୟ ଦୃଷ୍ଟିରେ ଦେଖିବା ଆଦି ମଧ୍ୟ ଗୋଟିଏ ଗୋଟିଏ ନିଶା  । ଏଇସବୁ ନିଶାଗୁଡିକ ଗର୍ବର ନିଶା ଭାବେ ପରିଚିତ  । ମାଦକ ଦ୍ରବ୍ୟର ନିଶା ଖାଇଲେ, ତାହାର ପ୍ରକାର ବଳେ ଉତୁରିଯାଏ  । କିନ୍ତୁ ମନର ନିଶା ଗୁଡାକ, ସେମିତି କିଛି ବଡ ଘଟଣା ନ ଘଟିଲେ ଉତୁରେ ନାହିଁ  ।
ପୃଥିବୀର ସବୁ ନିଶା ଠାରୁ ଗର୍ବର ନିଶା ହେଉଛି ସବୁଠୁ ଖରାପ  । ଗର୍ବ ନିଶା ମଣିଷକୁ ମଦମସ୍ତ କରିପକାଏ  । ଗର୍ବର ନିଶାରେ ମଣିଷର ବିଚାର ଶକ୍ତି ନଷ୍ଟ ହୋଇଯାଏ  । ଏ ପୃଥିବୀରେ ମଶା ଠାରୁ ବଡ ଝିଣ୍ଟିକା ଠାରୁ ବଡ କାଉ, କାଉ ଠାରୁ ବଡ ଶାଗୁଣା ଅଛନ୍ତି  । 
ଜୀବନରେ ଗର୍ବୀମାନଙ୍କର ଅବସ୍ଥା ଦିନେ ଠିକ୍ ଏଇଭଳି ହୁଏ  । ଗର୍ବୀମାନେ ହେଉଛନ୍ତି ରକ୍ତ ଖାଇଥିବା ମଶା ଭଳି, ଯାହା ଅନ୍ୟମାନଙ୍କଠୁ ଟିକେ ବଡ  । ଏମାନେ ଦେଖିବାକୁ ସିନା ବଡ, ହେଲେ ପ୍ରକୃତରେ ସମସ୍ତଙ୍କ ସଙ୍ଗେ ସମାନ  । ରକ୍ତଟିକକ ହଜମ ହେଇଗଲେ ପୁଣି ସେହି ସରୁଆ ଡାଙ୍ଗ ହେଇଯାଆନ୍ତି  ।
କିଏ ଧନକୁ ନେ?ଇ ବଡ ହେଇଯାଇଛି, କିଏ କୋଉ ଉପାୟରେ ଆଗେଇ ଯାଇଛି, ଏଇଟା କେବଳ ବର୍ତ୍ତମାନର ସ୍ଥିତି  । ଭଲ ସ୍ଥିତିରେ ଥିଲେ ଲୋକେ ପଦେ, ଅଧେ ପଚାରନ୍ତି ଆଉ ଦରକାର ନଥିଲେ ନାଁ ବି ପାଶୋରି ଯାଆନ୍ତି  ।
ଆମେ ହେତୁ ପାଇଲା ଦିନୁ ଶୁୁଣି ଶୁଣି ଆସୁଛେ "ଉପର ବରଡା ହସୁଛି, ମଝି ବରଡା ଖସୁଛି, ତଳ ବରଡା କହୁଛି-ତୋ ଦିନକାଳ ଆସୁଛି  ।' ଏଇଠି ଗର୍ବୀ ହେଉଛି ଉପର ବରଡା  । ସମୟ ବଳେ ଉପର ବରଡା ହିଁ ତଳ ବରଡା ହେଇଯାଏ  । 
ଗର୍ବର ନିଶା ଉତୁରିବା ପାଇଁ ବେଶୀ ଲାଗେ ନାହିଁ  । କିନ୍ତୁ ଯେତେବେଳେ ଉହ୍ଲେଇ ପଡେ ଅବସ୍ଥା କଣ ଆପଣ ନିଜେ ହିଁ ବିଚାର କରନ୍ତୁ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।