ତାସଲ୍ୟର ଜବାବ୍
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ତାସôଲ୍ୟର ଜବାବ୍ କେମିତି ଦେବାକୁ ହେବ ସେ ବାବଦରେ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ପୃଥିବୀରେ ଏମିତି କେହି ନାହିଁ, ଯାହାର କେହି ବି ସମାଲୋଚକ ନାହାନ୍ତି । ଜଣେ ଯାହା ବି କରୁ, ଯେତେ ଭଲ ବି କରୁ କୌଣସି ନା କୌଣସି ନିନ୍ଦୁକ ତାକୁ ସମାଲୋଚନା କରିବାକୁ ଜନ୍ମ ହେଇଛି । ଶକ୍ତି ଥାଉ କି ନଥାଉ, ନିଜ କାନ୍ଧରେ ହିଁ ନିଜ ଧନୁଶର ଧରି ଜୀବନ ଯୁଦ୍ଧ କରିବାକୁ ହୁଏ । ଯିଏ ନିନ୍ଦୁକ ତ ନିଶ୍ଚୟ ସମାଲୋଚନା କରିବ । ତାସôଲ୍ୟ ହସ ହସିବ । ହେଲେ ତାସôଲ୍ୟ ହସ ହେଉଛି ତାର ଦୁର୍ବଳତା । ତାସôଲ୍ୟ ହସ ମାଧ୍ୟମରେ ଶତ୍ରୁ ଅନ୍ୟକୁ ଦୁର୍ବଳ କରିବାକୁ ଚାହେଁ । ତେଣୁ ଯେଉଁଠି ଜଣେ ବ୍ୟକ୍ତି ତାସôଲ୍ୟର ଶରବ୍ୟ ହେଉଛି, ସେ ବୁଝିନେବା ଉଚିତ୍ ଯେ ତା ବିପକ୍ଷ ଅତ୍ୟନ୍ତ ଦୁର୍ବଳ । ତେଣୁ ବିପକ୍ଷ ସମ୍ମୁଖ ରଣ ନକରି ଛଳନାର ଆଶ୍ରୟ ନେଇ ମାନସିକ ଭାବେ ଜଣକୁ ଦୁର୍ବଳ କରିବାକୁ ଚାହୁଁଛି ।
ଯେଉଁଠି ସମାଲୋଚନା ନାହିଁ, ସେଇଠି ସଫଳତା ନାହିଁ । ପ୍ରତ୍ୟେକ ସଫଳତା ପଛରେ ଦୃଢ ସମାଲୋଚକ ଗୋଷ୍ଠୀ ନିହାତି ଭାବେ ଅଛନ୍ତି । କର୍ମବୀର ବ୍ୟକ୍ତି ଏହି ସମାଲୋଚକମାନେ ହିଁ ତାର ଭୁଲ୍ ସୁଧାରିବାକୁ ମାଗଣା କାମ କରିଥାଆନ୍ତି । ଅହଂକାରୀ ବ୍ୟକ୍ତିମାନେ ସମାଲୋଚକକୁ ଶତ୍ରୁ ଭାବରେ ବିବେଚନା କରନ୍ତି । ଅହଂକାର ଯୋଗୁଁ ସମାଲୋଚନାର ମହତ୍ତ୍ୱ ବୁଝିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ।
ଜଣେ ଭଲ କରୁ, ମନ୍ଦ କରୁ । ପରିଶ୍ରମ କରି ସଫଳ ହେଉ କି ବିଫଳ ହେଉ, ସବୁଥିରେ ତାସôଲ୍ୟ କରିବାକୁ, ଦାନ୍ତ ନିକୁଟେଇ ହସିବାକୁ ଲୋକ ଅଛନ୍ତି । ଏଭଳି ତାସôଲ୍ୟକୁ ଭୃକ୍ଷେପ କରିବା ହିଁ ବୀରର ଲକ୍ଷଣ । ଯୁଦ୍ଧ ଭୁଇଁରେ ଦୁଇ ପକ୍ଷ ଉଭୟଙ୍କ ଶତ୍ରୁ । ଉଭୟେ, ଉଭୟଙ୍କୁ ଆହ୍ୱାନ କରନ୍ତି, ତାସôଲ୍ୟ କରନ୍ତି; କିନ୍ତୁ କେହି ଯୁଦ୍ଧକ୍ଷେତ୍ର ଛାଡି ପଳେଇ ଯାଆନ୍ତି ନାହିଁ । ପରସ୍ପରକୁ ତାସôଲ୍ୟ କରିବା, ଆହ୍ୱାନ କରିବା, ଅପମାନିତ କରିବା ଏକ ଚିରାଚରିତ ଘଟଣା । ଆଉ ଯିଏ ଯୋଦ୍ଧା ସିଏ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ; ବରଂ ପ୍ରତ୍ୟେକ ତାସôଲ୍ୟର ଜବାବ୍ ଦିଅନ୍ତି । ମହାଭାରତ ଯୁଦ୍ଧରେ ଉଭୟ ପକ୍ଷ, ଉଭୟ ପକ୍ଷଙ୍କୁ ଆହ୍ୱାନ କରିବା ସହ ଅଟ୍ଟହାସ୍ୟ, ତାସôଲ୍ୟ କରିଛନ୍ତି । କିନ୍ତୁ କେହି ଯୁଦ୍ଧକ୍ଷେତ୍ର ଛାଡି ପଳେଇ ଯାଇନାହାନ୍ତି ।
ସଫଳତା ପାଇଁ ଉସôାହ ଯେତିକି ଆବଶ୍ୟକ, ସମାଲୋଚନା, ବ୍ୟଙ୍ଗ, ବିଦ୍ରୁପ, ତାସôଲ୍ୟ ମଧ୍ୟ ସେତିକି ଆବଶ୍ୟକ । ତେଣୁ ଏହାକୁ ନକାରାତ୍ମକ ଭାବନାରେ ନ ନେଇ, ସକାରାତ୍ମକ ଭାବରେ ନେଉଥିବା ବ୍ୟକ୍ତି ଜୀବନ ଯୁଦ୍ଧରେ ବିଜୟୀ ହୁଏ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।