ଓଡ଼ିଶାର ସାମୁଦ୍ରିକ ପରିବହନ
ଓଡ଼ିଶା ଆଜି ଭାରତର ଅନ୍ୟତମ ବିକାଶସମ୍ପନ୍ନ ରାଜ୍ୟର ମାନ୍ୟତା ପାଇଛି । ସ୍ୱାସ୍ଥ୍ୟସେବା ଠାରୁ ଶିକ୍ଷା, ମହିଳା ସଶକ୍ତିକରଣ ଠାରୁ ଯୋଗାଯୋଗ, କୃଷି କ୍ଷେତ୍ର ଠାରୁ ଯୁବ ବର୍ଗ ସୁବ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶର ଓ ପ୍ରେରଣାର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶାକୁ ପୂର୍ବ ଭାରତ ବିକାଶର କେନ୍ଦ୍ରବିନ୍ଦୁ ଭାବେ ଯୋଜନା ରଖିଥିଲାବେଳେ ଅନେକ ଶିଳ୍ପାୟନ କାର୍ଯ୍ୟ ରାଜ୍ୟରେ ତ୍ୱରାନ୍ୱିତ ହେଉଛି । ଦେଶର ଏକ ପ୍ରମୁଖ ମେରିଟାଇମ ହବ୍ ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶାର ସାମୁଦ୍ରିକ ପରିବହନ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଆଗାମୀ ଦିନରେ ଗ୍ରହଣ କରିବ । ଭବିଷ୍ୟତ ପାଇଁ ଆବଶ୍ୟକ ଉନ୍ନତ ସାମୁଦି୍ରକ ପରିବହନ ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶା ମେରିଟାଇମ ବୋର୍ଡ଼ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଏହି କାର୍ଯ୍ୟର ନେତୃତ୍ୱ ନେଉଛନ୍ତି । ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟ ଏବଂ ମାଲ ପରିବହନ କ୍ଷମତା ସୁଦୃଢ଼ ହୋଇଛି । ରାଜ୍ୟର ଅଣ ପ୍ରମୁଖ ବନ୍ଦର ଗୁଡ଼ିକର ମାଲ ପରିବହନ କ୍ଷମତା ୨୦୨୪-୨୦୨୫ରେ ୮୦ ନିୟୁତ ଟନରେ ପହଞ୍ଚôଛି । ଏଥିରେ ଧାମରା ବନ୍ଦରର କ୍ଷମତା ୪୬.୦୮ ନିୟୁତ ଟନ ଏବଂ ଗୋପାଳପୁର ବନ୍ଦରର କ୍ଷମତା ୬ ନିୟୁତ ଟନରେ ପହଞ୍ଚôଛି । ଏହାଦ୍ୱାରା ରାଜ୍ୟ ପାଇଁ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ୩୦୬.୧୫ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିଛି । ପାରାଦ୍ୱୀପ ବନ୍ଦର ୨୦୨୪-୨୦୨୫ରେ ୧୫୦.୪୧ ନିୟୁତ ଟନ ମାଲ ପରିବହନ କରି ଦେଶର ପ୍ରମୁଖ ବନ୍ଦର ଗୁଡ଼ିକ ମଧ୍ୟରେ ସର୍ବାଧିକ ମାଲ ପରିବହନ କରିବା ଭଳି ସଫଳତା ପାଇଛି । ଅତ୍ୟାଧୁନିକ ବନ୍ଦର ପ୍ରଯୁକ୍ତି ଏବଂ ଗଭୀର ବର୍ଷ କାରଣରୁ ବାଣିଜ୍ୟ ପାଇର୍ ନୂଆ ସୁଯୋଗ ରାଜ୍ୟରେ ସୃଷ୍ଟି ହୋଇଛି । ଧାମରା ଓ ଗୋପାଳପୁର ବନ୍ଦର ଅନ୍ତର୍ଜାତୀୟ ସ୍ତରରେ ଉନ୍ନତ ଯୋଗାଯୋଗ ସ୍ଥାପନ କରିପାରିଛି । ଏଥି ଯୋଗୁ ଓଡ଼ିଶା ବିଶ୍ୱ ବାଣିଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ହବରେ ପରିଣତ ହୋଇଛି ।
ଏଥିସହିତ ଉପକୂଳ ଜାହାଜ ଚଳାଚଳ ଜରିଆରେ ରାଜ୍ୟର ଶିଳ୍ପାଞ୍ଚଳ ଏବଂ କୃଷିଜାତ ସାମଗ୍ରୀର ଉତ୍ପାଦନ କେନ୍ଦ୍ର ଗୁଡ଼ିକ ସହିତ ଉନ୍ନତ ଯୋଗାଯୋଗ ସ୍ଥାପନ କରାଯାଇ ପାରିଛି । ରାଜ୍ୟରେ ବନ୍ଦର କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । କ୍ୟାପ୍ଟିଭ ଜେଟି ନିର୍ମାଣ ପାଇଁ ଜେଏସଡବ୍ଲୁ୍ୟ ଉକ୍ରଳ ଷ୍ଟିଲ ଲିମିଟେଡ ସହିତ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି । ଜେଏସଡବ୍ଲୁ୍ୟ ପକ୍ଷରୁ ହେବାକୁ ଥିବା ସମନ୍ୱିତ ଇସ୍ପାତ କାରଖାନାର ମାଲ ପରିବହନ ଦିଗରେ ଏହା ସହାୟକ ହେବ । ଏହି ପ୍ରକଳ୍ପ ଜରିଆରେ ୨୧୦୪ କୋଟି ଟଙ୍କା ନିବେଶ ଆସିବ ଏବଂ ପାଖାପାଖି ୩୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି ଗୋପାଳପୁର ପୋର୍ଟସ ଲିମିଟେଡ଼ର ଅଂଶଧନରେ ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ଼ ୯୫ ପ୍ରତିଶତ ଅଂଶଧନ ନେବ । ଏଥିଯୋଗୁଁ ୧୬,୫୫୪ କୋଟି ଟଙ୍କାର ନିବେଶ ଆସିବା ସହ ପ୍ରାୟ ୫ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ସମୁଦ୍ରକୁ ଉପଯୋଗ କରି ଅର୍ଥନୈତିକ ବିକାଶ ପାଇଁ ସରକାର ପ୍ରୟାସ ଚଳାଇଛନ୍ତି ।
ଏଥିସହିତ ସାମୁଦ୍ରିକ ପରିବହନ କ୍ଷେତ୍ରରେ କୁଶଳୀ ମାନବ ସମ୍ବଳ ସୃଷ୍ଟି ଲାଗି ମଧ୍ୟ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଚାନ୍ଦବାଲିର କ୍ରୁ ତାଲିମ ପ୍ରତିଷ୍ଠାନ ଏବଂ ଓଡ଼ିଶା ମେରିଟାଇମ ଏକାଡ଼େମୀରେ ସିମୁଲେଟର ସ୍ଥାପନ କରାଯାଇଛି । ଆଭ୍ୟନ୍ତରୀଣ ଜଳ ପରିବହନରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପୋର୍ଟସ ଆଣ୍ଡ ଆଇଡବ୍ଲୁ୍ୟଟି ବୋଟ୍ ମାଲିକମାନଙ୍କୁ ୯୫ ପ୍ରତିଶତ ସବସିଡ଼ିରେ ପ୍ରାୟ ୩୫ ହଜାର ଜୀବନ ରକ୍ଷାକାରୀ ଉପକରଣ ବଣ୍ଟନ କରିଛି । ଓଡ଼ିଶାରେ ସାମୁଦ୍ରିକ ପରିବହନ ପାଇଁ ବିସ୍ତୃତ ଜଳସୀମା ରହିଥିବାବେଳେ ଭରପୁର ପ୍ରାକୃତିକ ସମ୍ପଦ ରହିଛି । କୃଷିକ୍ଷେତ୍ରରେ ଓଡ଼ିଶା ଆଜି ଏକ ବିକଶିତ ରାଜ୍ୟ । ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଦ୍ୱାରା ଯୁବ ବର୍ଗ ସ୍ୱାବଲମ୍ବୀ ହେବାସହ ରାଜ୍ୟର ବିକାଶରେ ନିଜର ଅଙ୍ଗୀକାରବଦ୍ଧତାକୁ ସାଫଲ୍ୟ କରୁଛନ୍ତି । କେନ୍ଦ୍ରରେ ମୋଦିଜୀଙ୍କ ସରକାର ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଦେଉଛନ୍ତି । ରାଜ୍ୟ ବିଶେଷକରି ସାମୁଦ୍ରିକ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିବା ସହ କେବଳ ରାଜ୍ୟର ରାଜସ୍ୱ ବଢ଼ୁନାହିଁ ବରଂ ଘରୋଇ ସ୍ୱାବଲମ୍ବୀ ଉତ୍ପାଦମାନ ରାଜ୍ୟ ଦେଶ ବାହାରକୁ ଯାଇ ଓଡ଼ିଶା ପ୍ରଶଂସା ସାଉଁଟୁଛି ଓ ଏକ ଅଭିବୃଦ୍ଧିର ନୂଆ ସମ୍ଭାବନାକୁ ସ୍ୱାଗତ କରୁଛି ।
ଇନ୍ଦୁଭୂଷଣ ଭୂୟାଁ ,ମୋ: ୭୪୮୮୯୯୮୫୩୨