ସମୀକ୍ଷା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ 


 ପୁରୀ: ପୁରୀ ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଦନ ପାଲ ସିଂ ନିର୍ବାଚନ ଖର୍ଚ୍ଚର ସମୀକ୍ଷା କିପରି ଭାବ ପରିଚାଳନା କରାଯାଉଛି, ସର୍କିଟ ହାଉସ ଠାରେ ତାର ନିରୀକ୍ଷଣ କରିଛନ୍ତି । ଶ୍ରୀ ସିଂ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ତଦାରଖ ଦାୟିତ୍ୱରେ ଅଛନ୍ତି । ଶ୍ରୀ ସିଂ ଏହି ନିର୍ବାଚନ ମଣ୍ଡଳୀର ଫ୍ଲାଇଂ ସ୍କ୍ୱାର୍ଡ଼ ଟିମ୍ ବା ଏଫ.ଏସ୍.ଟି, ଭିଡ଼ିଓ ସର୍ଭିଲାନ୍ସ ଟିମ୍ ବା ଭି.ଏସ୍.ଟି ଓ ଷ୍ଟାଟିକ ସର୍ଭିଲାନ୍ସ ଟିମ୍ ବା ଏସ.ଏସ୍.ଟି ଟିମ୍ର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ଭାରତର ନିର୍ବାଚନ କମିଶନଙ୍କ ମାର୍ଗଦର୍ଶକ ଆଧାରରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନେ ସର୍ବାଧିକ ୪୦ଲକ୍ଷ ଯଙ୍କା ବ୍ୟୟ କରିବାର ନିୟମ ଥିବାରୁ ସଠିକ ଭାବେ ପ୍ରତିଟି ଖର୍ଚ୍ଚର ହିସାବ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।