ଗୁଞ୍ଜନ ସନ୍ଧ୍ୟା ଅନୁଷ୍ଠିତ

 ପୁରୀ : ସ୍ଥାନୀୟ ନୃତ୍ୟାନୁଷ୍ଠାନ ଗୁଞ୍ଜନ ଡ଼୍ୟାନ୍ସ ଏକାଡ଼େମୀ ପକ୍ଷରୁ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ଉଦେ୍ଦଶ୍ୟରେ ଅନୁଷ୍ଠିତ ହୋଇଛି ଗୁଞ୍ଜନ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ । ସଦାଶିବ ପରିସରରେ ଥିବା ଜୟଦେବ ଅଡ଼ିଟୋରିୟମ୍ରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ନୃତ୍ୟଶିଳ୍ପୀମାନେ ‘ଆହେ ନୀଳ ଶୈଳ’ ନୃତ୍ୟ ଉପସ୍ଥାପନ କରିଥିଲେ । ନୀଳ ଶୈଳର ଶିଖରରେ କରୁଣାମୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭିନ୍ନଭିନ୍ନ କଥାବସ୍ତୁ ଏବଂ ଭକ୍ତ ସାଲବେଗଙ୍କ ଅନନ୍ୟ ଭକ୍ତି ଓ ସମର୍ପଣର ସାରକଥାକୁ ନେଇ ନାଟକୀୟ ଢଙ୍ଗରେ ନୃତ୍ୟ ସରଂଚନା କରିଥିଲେ ଗୁରୁ ଶ୍ରୀମତୀ ମୀରା ଦାସ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟର ନିଦେ୍ର୍ଦଶକ ଡ. ପ୍ରଭାତ ଚନ୍ଦ୍ର ମହାପାତ୍ର ଯୋଗଦାନ କରି ନୃତ୍ୟଗୁରୁ ଅଶୋକ ଦାସ, ନାରାୟଣ ପଣ୍ଡା, କୁମାର ଭୀମସେନ ଓ ରୂପଶ୍ରୀ ମହାପାତ୍ରଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଅଭିନନ୍ଦନିକା ପକ୍ଷରୁ ଶ୍ୟାମପ୍ରକାଶ ସେନାପତି ଗୁରୁ ମୀରା ଦାସଙ୍କୁ ସମ୍ମାନିତ କରିଥିଲେ ।