ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ
ତିର୍ତ୍ତୋଲ: ପାରାଦୀପ ନିର୍ବାଚନ ମଣ୍ଡଳୀର ଆମ୍ବିରୀ ଓ କୋଲର ପଞ୍ଚାୟତରେ ବିଜେପିର ବିଜୟ ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକ ବିଶାଳ ବାଇକ ରାଲିରେ ଦଳୀୟ କର୍ମୀଙ୍କ ଗହଣରେ ଏକ ଖୋଲା ଜିପରେ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ପଞ୍ଚାୟତ ପରିକ୍ରମା କରିଥିଲେ । ପରେ ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଆମ୍ବିରୀର ଅଷ୍ଟମ ପ୍ରହରୀ ପଡିଆ ଓ କୋଲର ଜଇପୁର ଠାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଏଥିସହ ରାଜ୍ୟରେ ବିଜେଡି ସରକାରର ବିଫଳତା ଓ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଦୀର୍ଘ ୨୫ବର୍ଷର ପରିବାରବାଦ ଶାସନକୁ ତୀବ୍ର ସମାଲୋଚନା କରିଥିଲେ । ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଉନ୍ନତ ରାସ୍ତାଘାଟ, ଉନ୍ନତ ସ୍ୱାସ୍ଥ୍ୟସେବା, ନିର୍ବାଚନମଣ୍ଡଳୀର ବେକାର ଯୁବକ ମାନଙ୍କୁ ପାରାଦ୍ୱୀପ ଶିଳ୍ପାୟନ ନିଯୁକ୍ତି ସହ ଏକ ବିକଶିତ ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ପୂବର୍ତନ ସରପଞ୍ଚ ବିକ୍ରମ ମହାନ୍ତି, ଦିବ୍ୟଜୀବନ ବିଶ୍ୱାଳ(ଟିମା ଭାଇ), ପ୍ରତାପ ମହାନ୍ତି, ରଞ୍ଜିତ କର, ସୁରେନ୍ଦ୍ର ସାମଲ, ସରୋଜକାନ୍ତ ମଲ୍ଲିୁକ, ପ୍ରଦୀପ୍ତ ସାହାଣୀଙ୍କ ସମେତ ୫୦ରୁ ଉର୍ଦ୍ଧ କର୍ମୀ ବିଜେଡି, କଂଗ୍ରେସ ଓ ଅନ୍ୟଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ସ୍ୱାଇଁ ଓ ଜଡତିରା ସରପଞ୍ଚ ଶିବପ୍ରସାଦ ସାହୁ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଦେବାଶିଷ ତ୍ରିପାଠୀ, ଦିପ୍ତିରଞ୍ଜନ କର, ପ୍ରଭୂକଲ୍ୟାଣ ପରିଡା, ରଞ୍ଜନ ମଲ୍ଲିକ, ପ୍ରଶାନ୍ତ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି କୋଲର ଜୟପୁର ଠାରେ ଅନୁଷ୍ଟିତ ଏହି ସମାବେଶରେ ନରେନ୍ଦ୍ର ବେହେରା ଓ ଉମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଓ ଯୁବ ନେତା ମିଲନ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ମିଶ୍ରଣ ପର୍ବରେ ପଞ୍ଚାୟତର ବିଜେଡି ନେତା ଅଭିମନ୍ୟୁ ମହାନ୍ତି(ନଣ୍ଡା), ଭାବଗ୍ରାହୀ ବେହରା, ନିହାର ମହାପାତ୍ର, ଜ୍ୟୋତିଶଙ୍କର ମହାପାତ୍ର(ଚିନା), ନରୋତ୍ତମ ରାଉତ, ସୌଭାଗ୍ୟ ସ୍ୱାଇଁ, ମାନସ ବାରିକ ସମେତ ବହୁ କର୍ମୀ ବିଜେପିରେ ଯୋଗଦେଇଥିଲେ ।