ବିଜେପିର ସଂକଳ୍ପ ପତ୍ର ୨୦୨୪ ଉନ୍ମୋଚନ


 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ସୁଶାସନ ଓ ବିକାଶ ସମ୍ବନ୍ଧରେ ସୂଚନା ଦିଆଯିବା ସହ ସଂକଳ୍ପ ପତ୍ର ୨୦୨୪ ଉନ୍ମୋଚନ କରାଯାଇଛି । ଏହା ସହ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ ୨୫ ବର୍ଷର ପାପ ପେଡି ର କାଳୀମାମୟ ଅଧ୍ୟାୟ ଗୁଡିକ ଉପରେ ଆଲୋକପାତ କରାଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ରଖାଯାଇଛି । ଓଡିଶାରେ ଶାସନତନ୍ତ୍ର ପରିବର୍ତନ ଆଣିବା ପାଇଁ ବିଜେପି ୨୫ ବର୍ଷର ବିଜେଡି ସରକାରଙ୍କ ପ୍ରମୁଖ କାଳୀମାମୟ ଅଧ୍ୟାୟ ଉପରେ ଆଲୋଚନା କରି ଭୋଟର ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରିଛି । ଗରାପୁର ସ୍ଥିତ ଏକ ମଣ୍ଡପରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲିପ କୁମାର ମଲିକ, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ଉପ ଉପାଧ୍ୟକ୍ଷ ସଂଜୟ ରଥ ଓ ସୁନାକର ବେହେରା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ମାନ ଉପସ୍ଥାପନ କରିଥିଲେ । ୫ଟି ମାଧ୍ୟମରେ ପ୍ରଶାସନକୁ ଅସାମ୍ବିଧାନିକ ଭାବେ ଦିଗ ଭ୍ରଷ୍ଟକରି ରାଜନୀତି କରଣ କରାଯାଇଛି । କୃଷି, ଜଳ ସେଚନ ପ୍ରତି ଦୃଷ୍ଟି ଦିଆ ନଯାଇ କୃଷକ ମାନଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲି ଦିଆଯାଇଛି । ୫ଟି ନାମରେ ବିଦ୍ୟାଳୟ କାନ୍ଥରେ ରଙ୍ଗ ବୋଳି ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିକଳାଙ୍ଗ କରାଯାଇ ଥିବା ଅଭିଯୋଗ କରାଯାଇଛି ।  ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ବର୍ତମାନର ବିଜେଡି ସରକାରକୁ ପରିବର୍ତ୍ତନ କରିବାକୁ ପଡିବ । ଏଥିପାଇଁ ଭୋଟର ମାନେ ସଚେତନ ହୋଇ ୨ଟି ପଦ୍ମଫୁଲ ଚିହ୍ନରେ ସମର୍ଥନ ଦେବାକୁ ସାମ୍ବଦିକ ସମ୍ମିଳନୀରେ ଆହ୍ୱାନ କରାଯାଇଛି ।