ଆଜି ପ୍ରକାଶ ପାଇବ ନୂଆପଡ଼ା ଉପନିର୍ବାଚନ ଭୋଟର ତାଲିକା

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଅର୍ଥାତ୍ ସୋମବାରଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି। ଅକ୍ଟୋବର ୭ ତାରିଖରେ ଦାବି ଓ ଆପତ୍ତି ନିଷ୍ପତ୍ତି ସରିବ। ଅକ୍ଟୋବର ୯ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ। ଭାରତ ନିର୍ବାଚନ ଆୟୋଗ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ନିମ୍ନଲିଖିତ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଅଛି: ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ / ପରିବର୍ତ୍ତନ ୧୪.୯.୨୦୨୫ ସୁଦ୍ଧା(ରବିବାର)। ସମନ୍ବିତ ଚିଠା ଭୋଟର ତାଲିକା ପ୍ରକାଶନ ତାରିଖ ୧୫.୦୯. ୨୦୨୫। ଦାବି ଏବଂ ଆପତ୍ତି ଦାଖଲ କରିବାର ଅବଧି ୧୫.୦୯.୨୦୨୫ (ସୋମବାର)ରୁ ୨୯.୦୯.୨୦୨୫(ସୋମବାର)। ଦାବି ଏବଂ ଆପତ୍ତିର ସମାଧାନ ୭.୧୦.୨୦୨୫ ସୁଦ୍ଧା(ମଙ୍ଗଳବାର) ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ତାରିଖ ୯.୧୦.୨୦୨୫ ରହିଛି। ସୂଚନାଯୋଗ୍ୟ, ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନରେ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ଟକ୍କର ହେବ।