ନବ ଦାସ ହତ୍ୟା ମାମଲା : ପୁଣି ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକ

ନବ ଦାସଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବି ଜଣାଇବାକୁ ପାଖାପାଖି ମାସେ ହେଲାଣି । ହେଲେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସିବିଆଇ ତଦନ୍ତ କଥା କହୁଥିବା ସରକାର କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହା ଭିତରେନବ ଦାସଙ୍କ ପୁଅ ବିଶାଳ ଦାସ ପୁଣି ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି । କନକ ନ୍ୟୁଜ୍କୁ ଏକ୍ସକ୍ଲୁସିଭ ପ୍ରତିକ୍ରିୟା ଦେଇ ବିଶାଳ ଦାସ କହିଛନ୍ତି , ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ କହି ସାରିଛୁ । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି । ଯାହା କହିବା କଥା ସବୁ ମୁଖ୍ୟମନ୍ତ୍ରୀଙ୍କୁ କହିଛୁ ବୋଲି କହିଛନ୍ତି ବିଶାଳ ଦାସ ।