ସରିଲା ଅଣ୍ଡାଇଲୋ ମଧୁଗଣେଶ ପୂଜା  ଶେଷ ସଂଧ୍ୟାରେ ମନ ମୋହିଲେ ଲିପ୍ସା ଓ ତାରିକ


 ଖଇରା: ବାଲେଶ୍ୱର ଜିଲା ଖଇରା ବ୍ଲକ ସୁଣ୍ଢିରା ଗ୍ରାମ ପଞ୍ଚାୟତ ଅଧୀନ ଅଣ୍ଡାଇଲୋ ଗ୍ରାମରେ ୨ଶହ ବର୍ଷରୁ ଉର୍ଦ୍ଧ କାଳ ପାରମ୍ପରିକ ଭାବେ ପାଳିତ ହୋଇ ଆସୁଥିବା ମଧୁଗଣେଶ ପୂଜା ଚଳିତ ବର୍ଷ ୧୨ ତାରିଖରୁ ଆରମ୍ଭ ହୋଇ ୧୭ତାରିଖ ଦିନ ସଭା ସମ୍ବର୍ଦ୍ଧନା ସାଙ୍ଗକୁ ନୃତ୍ୟଗୀତର ତାଳେ ତାଳେ ଉଦ୍ୟାପିତ ହୋଇଯାଇଛି । ଶୁକ୍ରବାର ଦିନ ଗ୍ରାମପୋଖରୀରୁ କଳସ ଅଣାଯିବା ପରେ ରବିନ୍ଦ୍ର ଦାଶ ଓ ଶରତ କୁମାର ପଣ୍ଡାଙ୍କ ଦ୍ୱାରା ବକ୍ରତୁଣ୍ଡଙ୍କ ପୁଜାର୍ଚ୍ଚନା ସାଙ୍ଗକୁ ଯଜ୍ଞାଦି କର୍ମ ସମ୍ପର୍ଣ୍ଣ ହୋଇଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ଗ୍ରାମବାସୀ ରମ୍ଭାମଣି ଜେନାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରେ  ଛାୟାକାନ୍ତ ମହନ୍ତିଙ୍କ ଦ୍ୱାରା ପାଲାପରିବେଷଣ କରାଯାଇଥିଲା । ସେହିଭଳି ସୋମ ଓ ମଙ୍ଗଳବାର ୨ଦିନ ଧରି କୁନି କଳକାର ମାନଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯିବା ପରେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ବୁଧବାର ବାର୍ଷିକ ମହୋତ୍ସବରେ  ମଧୁଗଣେଷ ପୁଜା କମିଟିର ସଭାପତି ମାନସ କୁମାର ଭଞ୍ଜ ପୌରହିତ୍ୟ କରିଥିଲେ । ସରପଞ୍ଚ ମମତାରାଣୀ ପରିଡା ମୁଖ୍ୟଅତିଥି ଓ ସମିତିସଭ୍ୟ ନଳିନି କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ନିଆରା ପରମ୍ପରା ଭାବେ ଖଇରାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିର୍ତ କରାଯାାଇଥିଲା । ଶେଷରେ ଓଡିଶାର ପ୍ରସିଦ୍ଧ କଣ୍ଢଶିଳ୍ପୀ ତାରିକ ଅଜିଜ ଓ ଲିପ୍ସା ମହାପାତ୍ରଙ୍କ କଣ୍ଠର ଯାଦୁରେ ଦର୍ଶକ ଭରପୁର ମଜା ନେଇଥିଲେ । କମିଟି ସଦସ୍ୟ ଅକ୍ଷିତ କୁମାର ଜେନା,ମହେନ୍ଦ୍ର ପୃଷ୍ଟି,ହେମନ୍ତ କୁମାର ପୃଷ୍ଟି,କମଳାକାନ୍ତ ନାୟକ,ଅନିରୁଦ୍ଧ ପୃଷ୍ଟି,ବଳରାମ ସାହାଣୀ,ଲମ୍ବୋଦର ନାୟକ,ସମ୍ଭୁନାଥ ନାୟକ,ଚିନ୍ତାମଣି ନାୟକ,ଗୌରହରି ପୃଷ୍ଟି,ସଦାନନ୍ଦ ନାୟକ,ରତିକାନ୍ତ ବିଶ୍ୱାଳ,ରାମଚନ୍ଦ୍ର ଜେନା,ନରେନ୍ଦ୍ର ପ୍ରସାଦ ସାମଲ ଓ ସୁରେଶ  ଭଞ୍ଜ ପ୍ରମୁଖ ପୁଜା ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।