ବିଜେଡ଼ିଠାରୁ ୧୦% ଭୋଟ ଆଗରେ ବିଜେପି
ElectionResult

ଭୁବନେଶ୍ୱର : ଏଯାବତ ବିଜେପି ୪୫% ଭୋଟ ପାଇଥିବାବେଳେ ବିଜେଡ଼ି ୩୫% ଭୋଟ ପାଇଛି । ସେହିପରି ୫୪ ଆସନ ମଧ୍ୟରୁ ବିଜେପି ୩୦ ଓ ବିଜେଡ଼ି ୧୭ ଆସନରେ ଆଗୁଆ ଅଛି । କଂଗ୍ରେସ ୪ ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୩ଟିରେ ଆଗୁଆ ରହିଛି । ସେହିପରି ବିଜେପି ୧୪ ଲୋକସଭା, ବିଜେଡ଼ି ୨ ଲୋକସଭା, କଂଗ୍ରେସ ୧ ଲୋକସଭାରେ ଆଗରେ ଅଛନ୍ତି ।
ବିଜେପିର ହେଭିୱେଟ ନେତାମାନେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଆଗରେ ରହିଛନ୍ତି । ଯେତେବେଳେକି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଆଗରେ ରହିଛନ୍ତି । ଅପରପକ୍ଷରେ କେନ୍ଦୁଝରରେ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ୍ ଆଗରେ ଥିବାବେଳେ ବରଗଡ଼ରେ ପ୍ରଦୀପ ପୁରୋହିତ ମଧ୍ୟ ଆଗରେ ଅଛନ୍ତି । ବିଜେପିର ଏଭଳି ପ୍ରଦର୍ଶନ ଏବେ ବିଜେଡ଼ି ଶିବିରରେ ନିରାଶ ଖେଳାଇ ଦେଇଛି । ତେବେ ଏବେ ପ୍ରାରମ୍ଭିକ ଟ୍ରେଣ୍ଡ ଚାଲିଥିବାରୁ ଦିନ ୧ଟା ବେଳକୁ ହିଁ ପ୍ରକୃତ ଟ୍ରେଣ୍ଡ ଆସିପାରିବ ବୋଲି ଆଶା କରାଯାଉଛି ।