ବଢୁଛି ହାତୀ ଉପଦ୍ରବ : ଚିନ୍ତାରେ ଚାଷୀ
ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜଂ ଓଳସିଂହ ଗ୍ରାମପଞ୍ଚାୟତ ଗୟାବନ୍ଧ ଗ୍ରାମରେ ହାତୀ ଉପଦ୍ରବ ।ଗତ ବଢ଼ିବାରେ ଲାଗିଛି । ସୂଚନା ଅନୁଯାଇ କିଛି ଦିନ ହେବ ଏକ ୪ଟିକିଆ ହାତୀପଲ ଜଂଗଲରୁ ଗ୍ରାମାଞ୍ଚଳ ବସ୍ତି ଅଭିମୁଖେ ଆସିଥିବା ବେଳେ ଓଳସିଂହ, ଡମଣଭୂଇଁ, ଗୟାବନ୍ଧ ଅଂଚଳରେ ଉପଦ୍ରବ ବଢିବାରେ ଲାଗିଛି । ଖାଦ୍ୟ ଅନ୍ୱେଷଣରେ ଜଂଗଲରୁ ହାତୀ ଗାଁ ମୁହାଁ ହେଉଥିବା ବେଳେ ହାତୀଙ୍କ ସୁରକ୍ଷା ନିମନ୍ତେ ନା ସରକାର କି ବନବିଭାଗ ଠୋସ ପଦକ୍ଷେପ ନେଉଅନଥିବା ହେତୁ ଆଜି ଜଙ୍ଗଲର ହାତୀ ମାନେ ଖାଦ୍ୟ ନପାଇ ସହର ଓ ଗାଁ ଅଭିମୁଖେ ଆସୁଛନ୍ତି । ଯାହା ଫଳରେ ଦୀର୍ଘ ବର୍ଷ ଧରି ଜିଲ୍ଲାରେ ହାତୀ ମଣିଷ ଲଢେଇ ଜାରି ରହିଥିବା ବେଳେ ଅନେକ ସମୟରେ ମୂଲ୍ୟବାନ ଧାନ ଜୀବନ ଚାଲି ଯାଉଛି । ବେଳେବେଳେ ମୂଲ୍ୟବାନ ହାତୀଙ୍କ ଜୀବନ ମଧ୍ୟ ଯାଉଥିବା ଦେଖିବାକୁ ମିଳୁଛି । କେତେବେଳେ ହାତୀ ଆକ୍ରମଣରେ ମଣିଷ ମରୁଛି ତ କେତେବେଳେ ବିଷ ଜନିତ ଓ ଇଲେକ୍ଟ୍ରି ଯୋଗୁଁ ହାତୀର ମୃତୁ୍ୟ ଘଟୁଛି । ସେହି ପରି ଶନିବାର ବିଳମ୍ବିତ ରାତିରେ ୪ଟି ହାତୀ ଗୟାବନ୍ଧ ଗାଁ ନିକଟକୁ ପଳାଇ ଆସି ଅବଦୁଲ ଗଫୁର ଖାଁଙ୍କ ଫାର୍ମ ହାଉସ ପାଚେରୀ ଭାଙ୍ଗି ଫାର୍ମ ଭିତରେ ଥିବା ଫସଲକୁ ଦଳିଚକଡି ମୂଲ୍ୟବାନ ଗଛପତ୍ର ଭାଗିଂ ନଷ୍ଟ କରିଥିବା ଜଣାପଡ଼ିଛି । ବନବିଭାଗ କର୍ମଚାରୀ ରାତିରେ ହାତୀର ଗତିବିଧି ଜାଣିବା ପାଇଁ ଡ୍ରୋନ ସହାୟତାରେ ଲକ୍ଷ ରଖୁଛନ୍ତି ସତ କିନ୍ତୁ ବନବିଭାଗ କର୍ମଚାରୀ ହାତୀକୁ ଜଂଗଲ ମଧ୍ୟକୁ ଘଉଡାଇବାରେ ବିଫଳ ହେଉଥିବାରୁ ସ୍ଥାନୀୟ ଅଂଚଳର ଲୋକେ ଓ ଚାଷୀ ଘୋର ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି ।