ଏମରଜେନ୍ସି ସିନେମାକୁ ଜୋରଦାର ବିରୋଧ : ସିନେମା ବନ୍ଦ ଧମକ ଦେଲେ ଖଲିସ୍ତାନୀ ସମର୍ଥକ

ବ୍ରିଟେନରେ ଭାରତୀୟ ସିନେମା ଏମରଜେନ୍ସିକୁ ଜୋରଦାର ବିରୋଧ । ଥିଏଟରରେ ଉତ୍ପାତ ମଚାଇଲେ ଖଲିସ୍ତାନୀ ସମର୍ଥକ । ସିନେମା ଘରେ ଏମରଜେନ୍ସି ପ୍ରଦର୍ଶିତ ହେଉଥିବା ସମୟରେ କିଛି ମୁଖାପିନ୍ଧା ସମର୍ଥକ ଭିତରକୁ ପ୍ରବେଶ କରି ତାଣ୍ଡବ ରଚିଥିଲେ । ଭଙ୍ଗାରୁଜା କରିବା ସହ ଦର୍ଶକଙ୍କ ଧମକ ଦେଇଥିଲେ । କେବଳ ସେତିକି ନୁହେଁ ତୁରନ୍ତ ଥିଏଟର ନଛାଡିଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ । ତେବେ ଭିଡିଓ ଭାଇରାଲ ହେବା ପରେ ବ୍ରିଟେନ କଞ୍ଜରଭେଟିବ ପାର୍ଟି ସାଂସଦ ଏହାକୁ ଏକ ନିନ୍ଦନୀୟ ଘଟଣା କହିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାରଙ୍କୁ ଅପିଲ କରିଛନ୍ତି । କେବଳ ସେତିକି ନୁହେଁ ବ୍ରିଟେନ ସଂସଦରେ ଘଟଣାକୁ ନେଇ ତର୍କ ମଧ୍ୟ କରାଯାଇଛି ।