ଉଦ୍ଘାଟିତ ହେଲା କ୍ରେସେଣ୍ଟା ଫର୍ଟିଲିଟି : ଆଇଭିଏଫ୍ ମାଧ୍ୟମରେ ପିତାମାତା ହେବେ ଦମ୍ପତି

ଭୁବନେଶ୍ୱର  : କ୍ରେସେଣ୍ଟା ଫର୍ଟିଲିଟି ପକ୍ଷରୁ ଗୁରୁବାର ସ୍ଥାନୀୟ ଚନ୍ଦ୍ରଶେଖରପୁରର ଲୁମ୍ବିନୀବିହାର ଠାରେ ଏକ ଆଇଭିଏଫ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଲିନିକ ବିଶେଷକରି ଫର୍ଟିଲିଟି ସମସ୍ୟା ଥିବା ରୋଗୀମାନଙ୍କୁ ଏଠାରେ ଭରସାଯୋଗ୍ୟ ଚିକିସôା ପ୍ରଦାନ କରିବ । ଯାହା ପିତାମାତା ହେବାକୁ ଚାହୁଁଥିବା ଦମ୍ପତିଙ୍କ ସ୍ୱପ୍ନ ପୂରଣ କରିବାରେ ବିଶ୍ୱସ୍ତରୀୟ ଫର୍ଟିଲିଟି ସେବା ପ୍ରଦାନ କରିବ । ଏହି ଉଦ୍ଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ସମ୍ମାନିତ ଅତିଥି ଭାବେ ଉକôଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରେଟସ ପ୍ରଫେସର ପିସି ମହାପାତ୍ର ଯୋଗ ଦେଇଥିଲେ । ସେମାନଙ୍କ ଉପସ୍ଥିତି ଏହି ଅଞ୍ଚଳରେ ଫର୍ଟିଲିଟି ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ଏବଂ ମହତ୍ତ୍ୱଉପରେ ଆଲୋକପାତ କରାଯାଇଥିଲା । ଆଗାମୀ ଦିନରେ ଏହି କ୍ରେସେଣ୍ଟା ଫର୍ଟିଲିଟି ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଉପସ୍ଥିତ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ।