ଏନକାଉଣ୍ଟରରେ ଟଳିଲେ ୪ ନକ୍ସଲ: ପାଲଟା ଗୁଳିରେ ହେଡ୍ କନଷ୍ଟେବଳ ସହିଦ
ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା। ଏନ୍କାଉଣ୍ଟରରେ ଟଳିଲେ ୪ ମାଓବାଦୀ। ମାଲକାନଗିରି ସୀମାନ୍ତ ଝତିଶଗଡ଼ର ଅବୁଝମାଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି।ଛତିଶଗଡ଼ର ଦନ୍ତେବାଡ଼ା ଓ ନାରାୟଣପୁର ଜିଲ୍ଲା ସୀମାରେ ଥିବା ଅବୁଝମାଡ଼ ଜଙ୍ଗଲରେ ଶନିବାର ବିଳମ୍ବିତ ରାତିରୁ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଜଙ୍ଗଲ ଭିତରେ ନକ୍ସଲମାନେ ଲୁଚି ରହିଥିବା ଖବର ପାଇ ଜାନୁଆରୀ ୩ ତାରିଖରେ ନାରାୟଣପୁର, ଦନ୍ତେବାଡା, ଜଗଦଳପୁର, କୋଣ୍ଡାଗାଓଁ ଜିଲ୍ଲାର DRG ଏବଂ STFର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଚଳାଥିଲେ। ତେବେ ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ଆଜି ସକାଳେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ ହୋଇଛି।