ଛତିଶଗଡ଼ ବିଜାପୁରରେ ମାଓ ଏନକାଉଣ୍ଟର ଘଟଣା : ୩୧ ମୃତ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼ ବିଜାପୁରରେ ମାଓ ଏନକାଉଣ୍ଟର ଘଟଣା : ୩୧ ମୃତ ଅସ୍ତ୍ରଶସ୍ତ୍ର ଜବତ

 ବିଜାପୁରରେ ୩୧ ନକ୍ସଲଙ୍କ ନିପାତ ପରେ ସାମନାକୁ ଆସିଛି ଭିଡ଼ିଓ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ଛତିଶଗଡ଼ ବିଜାପୁର ନ୍ୟାସନାଲ ପାର୍କ ଏନକାଉଣ୍ଟରରେ ୧୧ ମହିଳା ମାଓବାଦୀଙ୍କ ସମେତ ୩୧ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ବିଜାପୁର ପୁଲିସ ଲାଇନ ଅଣା ଯାଇଛି । ସମସ୍ତ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏନକାଉଣ୍ଟରରେ ସହିଦ ଡିଆରଜି ହେଡ କନେଷ୍ଟବଳ ନରେଶ ଧୃବ ଓ ଏସଟିଫ ଯବାନ ୱାସିତ ରାଓଟେଙ୍କୁ ଆଜି ଶେଷ ସମ୍ମାନ ପ୍ରଦାନ କରାଯିବ।

ସେପଟେ ଆହତ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ନ୍ୟାସନାଲ ପାର୍କ ଏରିଆ କମିଟି ଓ ମଦ୍ଦେଡ ଏରିଆ କମିଟିର ମାଓବାଦୀଙ୍କ ସହ ଏହି ଗୁଳିବିନିମୟ ଘଟଣାରେ ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଥିବା ବିଜାପୁର ଏସପି ସୁଚନା ଦେଇଛନ୍ତି। ଗତ ୪୦ ଦିନ ମଧରେ କେବଳ ବସ୍ତର ଅଂଚଳରେ ୬୫ ମାଓବାଦୀଙ୍କୁ ଯବାନ ମାନେ ନିପାତ କରିଛନ୍ତି। ଏବଂ ଗତ ୧୩ମାସରେ ମୋଟ ଉପରେ ୨୮୨ ମାଓବାଦୀ ନିପାତ ହୋଇଛନ୍ତି। ୧୦୩୩ ମାଓବାଦୀ ଗିରଫ ହୋଇଛନ୍ତି । ୯୨୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।