ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ

ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ

ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ । ହେଲମେଟ୍ ପିନ୍ଧିନଥିଲେ, ଗାଡିର କାଗଜପତ୍ର ଠିକ୍ ନଥିଲେ, ଗାଡିର ଇନ୍ସୁରାନ୍ସ ନଥିଲେ କିମ୍ବା ମଦ ମିଇ ଟ୍ରାଫିକରେ ଧରାପଡିଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ । କେବଳ ଏତିକି ନୁହେଁ ନାବାଳକ କିମ୍ବା ନାବାଳିକା ଗାଡି ଚଲାଉଥିବାର ଧରାପଡିଲେ ମଧ୍ୟ ଲାଗିବ ମୋଟା ଅଙ୍କର ଫାଇନ୍ । ରାଜଧାନୀ ଭୁବନେଶ୍ୱରର ପ୍ରତିଟି ସ୍ଥାନରେ ହେବ କଡାକଡି ଚେକିଂ । 

ରାଜ୍ୟରେ ଦୁର୍ଘଟଣା ବଢିବାରେ ଲାଗିଛି । ମଦ ପିଇ ଅଧିକାଂଶ ଦୁର୍ଘଟଣା ଘଟୁଥିବା ସୂଚନାରୁ ଜଣାପଡିଛି । ଏହା ବ୍ୟତିତ ବିନା ହେଲମେଟରେ ଗାଡି ଚଲାଇବା ବିପଦ ସାଜୁଛି । ବିଭିନ୍ନ ସମୟରେ ଦେଖାଦେଇଛି କି, ହେଲମେଟ୍ ନଥିବା କାରଣରୁ ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେଣୁ ଟ୍ରାଫିକ୍ ନିୟମକୁ ମାନିବା ନିହାତି ଆବଶ୍ୟକ । ଯେଉଁମାନେ ଟ୍ରାଫିନ୍ କଟଣା ନମାନିବେ ସେମାନେ ଏଣିକି ତଣ୍ଡ ଗଣିବେ ।  ପୋସିଲ ଏବଂ ସରକାର ଟ୍ରାଫିକ୍ ନିୟମ ମାନିବା ପାଇଁ ସବୁବେଳେ ଲୋକଙ୍କୁ ସଚେତନ କରିଆସିଛନ୍ତି । ତଥାବି ଅମାନିଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟୁଛି । ନିଜର କ୍ଷତି ହେବା ସହ ଅନ୍ୟଙ୍କର ବି ଜୀବନ ହାନି ହେଉଛି । ତେଣୁ ଲୋକେ ଗାଡି ଚଲାଇବା ବେଳେ ଟ୍ରାଫି