ଏଲ୍‌ଓସି ନିକଟରେ ପାକିସ୍ତାନର ତୋପ ପରୀକ୍ଷା

ଶ୍ରୀନଗର : ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ପାକିସ୍ତାନ ତୋପ ପରୀକ୍ଷା କରିଛି। ସେଥିରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ ଏସ୍‌ଏଚ୍‌-୧୫ ଏବଂ ୧୫୫ ଏମ୍‌ଏମ୍‌ ହାଇତ୍‌ଜର ତୋପ ସମେତ ବିଭିନ୍ନ ଆର୍ଟିଲେରି ସିଷ୍ଟମ ରହିଛି। ଉପସାଗରୀୟ ଏବଂ ପଶ୍ଚିମ ୟୁରୋପୀୟ ଦେଶ ସମେତ ତୁର୍କୀ ସହ ପାକିସ୍ତାନ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରୁଥିବାବେଳେ ଚାଇନା ରାଷ୍ଟ୍ରାୟତ୍ତ କମ୍ପାନୀ ତତ୍ତ୍ୱାବଧାନରେ ଉପସାଗରୀୟ ରାଷ୍ଟ୍ର ସହ ମିଶି ୧୫୫ଏମ୍‌ଏମ୍‌ ତୋପ ଉତ୍ପାଦନ କରୁଛି। କିଛିଦିନ ହେଲା ଏଲ୍‌ଓସିରେ ଏହି ତୋପଗୁଡ଼ିକର ଗତିବିଧି ଲକ୍ଷ୍ୟ କରାଯାଇଛି। ଏଥିସହିତ ସର୍ବାଧିକ ୩୦ କି.ମି. ଫାୟାରିଂ ରେଞ୍ଜ୍‌ ବିଶିଷ୍ଟ ଏସ୍‌ଏଚ୍‌-୧୫ ତୋପ ଏବଂ ୨୪ କି.ମି. ଫାୟାରିଂ ରେଞ୍ଜ୍‌ ଥିବା ଏମ୍‌୧୦୯ ତୋପ ରହିଛି। ତୁର୍କୀ ପାକିସ୍ତାନକୁ ଆଧୁନିକ ୧୦୫ ଏମ୍‌ଏମ୍‌ ଆର୍ଟିଲେରି ଯୋଗାଇଦେଇଛି। ଏଲ୍‌ଓସିରେ ଚାଇନା ଉନ୍ନତ ମାନର ବଙ୍କର ନିର୍ମାଣ ସହ ୟୁଏଭି, ଲଢ଼ୁଆ ଏରିଏଲ ଭେହିକଲ୍‌, ଅତ୍ୟାଧୁନିକ ଯୋଗାଯୋଗ ସିଷ୍ଟମ୍‌ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି।