ନିର୍ବାଚନ ପାଇଁ ଆକ୍ସନ ମୋଡରେ ଅବକାରୀ ବିଭାଗ ; ବାର୍ରେ ଚଢ଼ାଉ, ୪ ଗିରଫ

ନିର୍ବାଚନ ପାଇଁ ଆକ୍ସନ ମୋଡରେ ଅବକାରୀ ବିଭାଗ ; ବାର୍ରେ ଚଢ଼ାଉ, ୪ ଗିରଫ


 ଭୁବନେଶ୍ୱର, ୨୬ା୪ : ନିର୍ବାଚନ ପାଇଁ ରାଜଧାନୀରେ ଆକ୍ସନ ମୋଡରେ କମିଶନରେଟ୍ ପୁଲିସ, ଅବକାରୀ ବିଭାଗ ଓ ଏସଟିଏଫ୍ ଟିମ । ଫୋକସରେ ନିଶା କାରବାର, ଅପରାଧୀ ନିପାତ ଏବଂ ବେଆଇନ୍ କାରବାର । ଯାହାକୁ ନେଇ ଲଗାତାର ଭାବେ ପ୍ରତେକ ଦିନ କମିଶନରେଟ୍ର ବିଭିନ୍ନ ଥାନା ପୁଲିସ ଓ ଅବକାରୀ ଟିମ ବିଭିନ୍ନ ବସ୍ତି ଓ ସହରାଞ୍ଚଳରେ ପଇନ୍ତରା ମାରିବା ସହ ନିଶା ବେପାରୀ, ବେଆଇନ୍ ନିଶା କାରବାର, ଅପରାଧୀଙ୍କୁ ଗିରଫ କରାଯାଉଛି । ଏହାସହ ଲକ୍ଷ ଲକ୍ଷ ଟଙ୍କାର ମଦ, ଗଞ୍ଜେଇ, ବ୍ରାଉନସୁଗାର ମଧ୍ୟ ଜବତ କରାଯାଉଛି । ସବୁଦିନ ପରି ଭୁବନେଶ୍ୱର ଅବକାରୀ ସ୍କ୍ୱାଡ୍ ଟିମ ରାଜଧାନୀରେ ବେଆଇନ୍ ନିଶା କାରବାରକୁ ନଜରରେ ରଖିଥିବା ବେଳେ ବଡ଼ଗଡ଼ ଥାନା ଅଧିନ କେଶୁରା ଅଞ୍ଚଳରେ ରହିଥିବା ଏକ ବାର ଆଣ୍ଡ ରେଷ୍ଟୁରାଣ୍ଟରେ ବେଆଇନ୍ ଭାବେ ଲକ୍ଷାଧିକ ଟଙ୍କାର ଚୋରା ମଦ ରଖାଯାଇଥିବା ଖବର ପାଇ ଗୁରୁବାର ରାତିରେ ଅଚାନକ ଚଢ଼ାଉ କରିଥିଲା ଭୁବନେଶ୍ୱର ଅବକାରୀ ସ୍କ୍ୱାଡ୍ । ଚଢ଼ାଉ ସମୟରେ ବାର ମାଲିକ ଫେରାର ହୋଇଯାଇଥିବା ବେଳେ ୪ ଜଣ କର୍ମଚାରୀଙ୍କୁ ଗିରଫ କରିବା ସହ ବାର ଭିତରୁ ୧୦୦.୭୫୦ ଲିଟର ବୀୟର ଏବଂ ୫୮.୫୯୦ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, ହୋଟେଲ କେଷ୍ଟିଲ୍ ଇନ୍ର କର୍ମଚାରୀ ଶୁଭ୍ରାଂସୁ ମହାରଣା, ଅମନଦୀପ୍ ସିଂ, ରମେଶ ବାରିକ ଓ ସଞ୍ଜୟ କୁମାର ନାୟକ । ଶୁକ୍ରବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଆଗକୁ ଆସୁଥିବା ନିର୍ବାଚନକୁ ଆଖି ଆଗରେ ରଖି ରାଜଧାନୀରେ ସକ୍ରିୟ ହେଲେଣି ନିଶା ବେପାରୀ ଓ ମାଫିଆ । ବଢ଼ୁଛି ଲୁଟ୍, ଡକାୟତି, ଛିନତାଇ, କଳା କାରବାର ଭଳି ଅପରାଧ । ଯାହାକୁ କଡା ନଜର ରଖିଛି କମିଶନରେଟ୍ ପୁଲିସ ଓ ଅବକାରୀ ବିଭାଗ । ପୁଲିସ କମିଶନର ଓ ଅବକାରୀ କମିଶନରଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଅବକାରୀ ଟିମ, ପୁଲିସ ଦିନ ରାତି ଚେକିଂ, ବ୍ଲକିଂ, ପାଟ୍ରୋଲିଂ ଚଳାଇଛି । ଏହା ହେବା ଦ୍ୱାରା ପ୍ରତେକ ଦିନ ଅପରାଧୀ, ନିଶା ବେପାରୀ ଗିରଫ ହେବା ସହ ସେମାନଙ୍କ ଠାରୁ ଗଞ୍ଜେଇ, ବ୍ରାଉନସୁଗାର, ଚୋରା ମଦ ଜବତ କରାଯାଉଛି । ସବୁଦିନ ଭଳି ଗତକାଲି ରାତିରେ ଅବକାରୀ କମିଶନରଙ୍କ ନିଦେ୍ର୍ଦଶ କ୍ରମେ ଭୁବନେଶ୍ୱର ଅବକାରୀ ଥାନା ପୁଲିସ ଓ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଟିମ ରାଜଧାନୀର ବିଭିନ୍ନ ଅଞ୍ଚଳ ପଇନ୍ତରା ମାରିବା ସହ ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ରହିଥିବା ବାର, ହୋଟେଲ, ରେଷ୍ଟୁରାଷ୍ଟ ମାନଙ୍କରେ  ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ବଡ଼ଗଡ଼ ଥାନା ଅଧିନ କେଶୁରା ଅଞ୍ଚଳରେ ରହିଥିବା ହୋଟେଲ କେଷ୍ଟିଲ ଇନ୍ରୁ ବେଆଇନ୍ ଭାବେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କରାଯାଇଥିଲା । ଏହି ସମୟରେ ହେଟେଲ ମାଲିକ ଫେରାର ହୋଇଯାଇଥିବା ବେଳେ ହୋଟେଲର ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ।