ବ୍ୟବସାୟୀଙ୍କ ମୃତୁ୍ୟ, ଚକ୍ଷୁଦାନ କଲେ ପରିବାର
ାା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା : ଜଣେ ବ୍ୟବସାୟୀଙ୍କ ମୃତୁ୍ୟ ପରେ ଆଖିଦାନ କରି ମହାନତାର ପରିଚୟ ଦେଇଛନ୍ତି ପରିବାର ଲୋକେ । ମୃତ ବ୍ୟବସାୟୀ ହେଲେ ପୂରଣପ୍ରଧାନ ପଞ୍ଚାୟତ ବାଇଆଁପଦା ଗ୍ରାମର ନାରାୟଣ ବେହେରା । ନାରାୟଣ ପ୍ରତିଦିନ ଆଖପାଖ ଗ୍ରାମରେ କ୍ଷୀର ବ୍ୟବସାୟ କରିବା ସହ ଅପରାହ୍ନ ବାଳକାଟି ବଜାରରେ ଛେନା ବ୍ୟବସାୟ କରିଥାନ୍ତି । ସୋମବାର ଘରେ ଶୋଇଥିବା ବେଳେ ଅନୁରୂପ ଭାବେ ଛାତିରେ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ରାଜଧାନୀ ଚିକିସôାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବାଲିପାଟଣା ଥାନା ଏକ ଅପମୃତୁ୍ୟ ମାମଲା ୠଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ପରିବାର ଲୋକେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ମୃତ ନାରାୟଣଙ୍କ ୨ ଚକ୍ଷୁ ଦାନ କରିଛନ୍ତି ।