ସହରରେ ମାଳମାଳ ଫାଷ୍ଟଫୁଡ୍ : ମାନ ପରଖୁନି ଖାଦ୍ୟ ନିରାପତ୍ତା ବିଭାଗ

ା ପ୍ରଭାନୁ୍ୟଜ ।ା ଯାଜପୁର ସଦର,୨୨ା୪: ଯାଜପୁର ସହର ଗଳିକନ୍ଦିରେ ମାଳମାଳ ଫାଷ୍ଟଫୁଡ୍ । ଆଧୁନିକତାର ଛିଟାରେ ଲୋକମାନଙ୍କ ପାଟି ସୁଆଦିଆ ଖାଦ୍ୟ ପ୍ରତି ବଢୁଥିବା ଦୁର୍ବଳତା ଏହାର କାରଣ ହୋଇଥିଲେ ହେଁ ଖାଦ୍ୟର ମାନ ନିରୁପଣ କରିବାକୁ ଖାଦ୍ୟ ନିରାପତ୍ତା ମନ ବଳାଉନି । ଲୋକଙ୍କ ଚାହିଦା ଓ ରୁଚି ମୁତାବକ ଯାଜପୁର ସହରର ବିଭିନ୍ନ ଛକ, ବଜାର ଗଳିକନ୍ଦିରେ ଖୋଲିଛି ଫାଷ୍ଟଫୁଡ୍ଦୋକାନ ।ଫାଷ୍ଟଫୁଡ ଯୁବପିଢ଼ୀଙ୍କ ଦୈନଦିନ ଖାଇବା ଏକ ପ୍ରକାର ହବିରେ ପରିଣତ ହୋଇ ସାରିଲାଣି । ଯାହାର ସୁଯୋଗ ନେଉଛନ୍ତି କିଛି ଲାଭ ଖୋର୍ ଦୋକାନୀ ନିମ୍ନମାନର ଖାଦ୍ୟ ପରସୁଛନ୍ତି । ସନ୍ଧ୍ୟା ହେଲେ ବଡ଼ ବଜାର, ଗରିଆପୁର, ନାରାୟଣ ଛକ, କୁସୁମ ରୋଡ଼, ରାମମନ୍ଦିର, କଲେକ ଛକ, ମାନସାପୋଳ ଛକ, ମାର୍କେଟ ଛକ, ଯୋଡିକୁଅ ଛକ ଆଦି ମାନଙ୍କରେ ଫାଷ୍ଟଫୁଡ ପସରା ମେଳୁଛି । ସେମାନେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ସେମାନେ ବିଭିନ୍ନ ପ୍ରକାର ରାସାୟନିକ ରଙ୍ଗ, ଚାଇନା ସଲ୍ଟ, ବିଭିନ୍ନ ନକଲି ସସ୍, ନକଲି ତେଲ୍, ନକଲି ଭିନେଗାର, ହେଙ୍ଗୁ ଓ କେମିକାଲ ଉପାଦାନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଫାଷ୍ଟଫୁଡ ଖାଦ୍ୟକୁ ଦେଖିଲେ ଲୋକେମାନେ ଆକୃଷ୍ଟ ହୁଅନ୍ତି । କିନ୍ତୁ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର କୁହାଯାଉଛି । ଏପରି ନକଲି ଖାଦ୍ୟ ପଦାର୍ଥ ପ୍ରସ୍ତୁତି କରୁଥିବା ବହୁ ବାର ଅଭିଯୋଗ ହୋଉଥିବା ସ୍ଥଳେ ଖାଦ୍ୟ ନିରାପତା ଅଧିକାରୀଙ୍କ ଦେଖିବାକୁ ମିଳେ ନାହିଁ । ଏହିପରି ନକଲି ଖାଦ୍ୟ ପଦାର୍ଥ ଖାଇବା ଦ୍ୱାରା ଲୋକମାନେ ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗୁଛନ୍ତି । କିଛି ଅସାଧୁ ଦୋକାନୀ ବଳକା ଖାଦ୍ୟକୁ ଫ୍ରିଜରେ ରଖି ପରଦିନଗ୍ରାହକ ମାନଙ୍କୁ ଗଜମ କରି ଖାଇବାକୁ ପରିବେଷଣ କରୁଛନ୍ତି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ପକ୍ଷେ ଏହା ବହୁ ହାନିକାରକ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଫାଷ୍ଟଫୁଡ ଦୋକାନୀ ନିମ୍ନମାନର ଫାଷ୍ଟଫୁଡ୍ କରିବା ସହ ନିମ୍ନମାନର ତେଲରେ ତିଆରି କରୁଥିବା ବେଳେ ପ୍ରାୟ ଦୋକାନୀଙ୍କ ଲାଇସେକ୍ସ ନଥିବା ଅଭିଯୋଗ ହୋଇଛି । ଖାଦ୍ୟର ମାନ ଯାଂଚ କରିବା ଖାଦ୍ୟ ନିରାପତା ଅଧିକାରୀଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ବିଭାଗ ଅଧିକାରୀଙ୍କୁ ଦେଖିବାକୁ ମିଳୁନାହିଁ । ବିଶେଷ କରି ଯାଜପୁର ସହର ମଧ୍ୟରେ ଅବସ୍ଥିତ କୁସୁମ ଠାରେ ସକାଳୁ ରାତି ଯାଏଁ ମାଳମାଳ ଫାଷ୍ଟ ଫୁଡ୍ ଦୋକାନ ଥିବା ବେଳେ ସାମ୍ନାରେ ଥିବା ଖାଦ୍ୟ ନିରାପତା ଅଧିକାରୀ ଦେଖି ନଦେଖିଲା ପରି କାର୍ଯ୍ୟ କରନ୍ତି । ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ଯାଜପୁର ସହର ବାସୀ ଦାବି କରିଛନ୍ତି ।ସହରରେ
ମାଳମାଳ ଫାଷ୍ଟଫୁଡ୍