ମୋବାଇଲ ଭ୍ୟାନ ପରିଭ୍ରମଣର ଶୁଭାରମ୍ଭ

ଯାଜପୁର : ଜିଲ୍ଲା ଦୌରା ଜଜ୍ କୋର୍ଟ ପରିସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ଆଇନ ସାହାଯ୍ୟ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଏକ ସଚେତନତା ମୋବାଇଳ ଭ୍ୟାନ ପରିକ୍ରମାର ଶୁଭାରମ୍ଭ ହୋଇଛି । ଜିଲ୍ଲା ଦୌରା ଜଜ୍ ତଥା ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦପତାକା ଦେଖାଇ ଶୁଭାରାମ୍ଭ କରିଥିଲେ । ମୋବାଇଲ୍ ଭ୍ୟାନ ୨୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ କୋର୍ଟ କାର୍ଯ୍ୟାଳୟ ପରିସର, ତହସିଲ ଓ ବ୍ଲକ କାର୍ଯ୍ୟାଳୟ ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଲୋକଙ୍କ ମଧ୍ୟରେ ଆଇନ ସଚେତନତା ବାର୍ତା ପ୍ରଦାନ କରି ସେମାନଙ୍କ ପାଇଁ ଉଦ୍ଦିଷ୍ଠ ନ୍ୟାୟିକ ସୁଫଳର ସାହାଯ୍ୟ, ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ଅବଗତ କରାଇବ । କାର୍ଯ୍ୟକ୍ରମରେ ପ୍ରାଧିକରଣର ସମ୍ପାଦିକା ଜ୍ୟୋତିର୍ମୟୀ ଦାସ ସମେତ ଗୁଣ୍ଡିଚା ସାମନ୍ତସିଂହାର ପରିବାର କୋର୍ଟ ଜଜ୍ ବିଶେଶ୍ୱର ବିଶ୍ୱପ୍ରକାଶ ରାୟ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍, ଅଭିଜିତ୍ ପଲେଇ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ପେଶାଲ ଜଜ୍ ପୋକ୍ସ କୋର୍ଟ, ସତ୍ୟପ୍ରକାଶ ରାୟଚୌଧୁରୀ ବରିଷ୍ଟ ଦ୍ୱୋନୀ ବିଚାରପତି, ଲୋପାମୁଦ୍ରା ବେହେରା, ବରିଷ୍ଟ ଦ୍ୱୋନୀ ବିଚାରପତି, ମନସ୍ୱିନୀ ରଥ ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାରପତି, ମାନସ ରଞ୍ଜନ ସାମନ୍ତରାୟ ରେଜିଷ୍ଟାର, ଇଫସିତା ନନ୍ଦ ଏସ୍ଡିଜେଏମ୍ ସୁନିତା ବିଶ୍ୱାଳ ଦେୱାନୀ ବିଚାରପତି ଅନୁଶ୍ରୀ ଜେନା ଜେଏମଏଫସି, ମିସ୍ ନିଷ୍ଟା ଜେଏମଏସସିମିସ୍ ବୀଣାପାଣି ତାଣ୍ଡି ଜେଏମ୍ଏସ୍ସି ପ୍ରମୁଖ ଯୋଗ ଦେଇଥିଲେ ।