ଧାନ ଗଦା ଜଳିଗଲା: ୧୩ ଏକର ଜମିର ଧାନ ଫସଲ ଭସ୍ମ

ଧାନ ଗଦା ଜଳିଗଲା: ୧୩ ଏକର ଜମିର ଧାନ ଫସଲ ଭସ୍ମ

ନିଆଁ ଲାଗି ଜଳିଗଲା ଧାନ ଗଦା। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତିଓଟ ପଞ୍ଚାୟତର ଧୋୟାକଣା ଗାଁରେ ଏହି ଘଟଣା ଘଟିଛି। ନିଆଁଲାଗି ଖଳାରେ ଥିବା୧୩ଏକର ଜମିର ଧାନ ଗଦା ଜଳିଯାଇଛି। ଚାଷୀମାନେ କ୍ଷେତରୁ ଧାନ ଅମଳ କରି ନିଜ ଖଳାରେ ରଖିଥିଲେ। ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ। ରାତିରେ ଧାନ ଗଦା ହୁତୁହୁତୁ ହୋଇ ଜଳୁଥିବା ଗ୍ରାମବାସୀ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।