କାଠ ବୋଝେଇ ଟ୍ରକ ଅଟକ
ମାଲକାନଗିରି : ମାଲକାନଗିରି ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ପରିବହନ ହେବାକୁ ଥିବା ଏକ କାଠ ବୋଝେଇ ଟ୍ରକକୁ ଅଟକ ରଖିଛି । ଗାଡି ନମ୍ବର ସିଜି ୦୪ ଏନ ଏକ୍ସ ୧୭୦୬ କୁ ଅଟକ ରଖିଥିବା ବେଳେ ଉକ୍ତ ଟ୍ରକରେ ନିଳଗିରି କାଠ ସହ କିଛି ଚାକୁଣ୍ଡା କାଠ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଉକ୍ତ ଚାକୁଣ୍ଡା ଗଛ ଗୁଡିକ ବନବିଭାଗ ଅଧିକୃତ ଅଞ୍ଚଳରୁ ଆସିଥିବା ଜଣା ପଡିଛି । ବନବିଭାଗ ପକ୍ଷରୁ ଗାଡି ଯାଞ୍ଚ କରାଯାଇଥିବା ବେଳେ ଉକ୍ତ ଟ୍ରକ ଚାକୁଣ୍ଡା କାଠର କିଛି ନଥି ପତ୍ର ବନ ବିଭାଗକୁ ନଦେଖାଇବାରୁ ଗାଡିକୁ ଅଟକ ରଖାଯାଇଥିବା ଜଣାପଡିଛି । ରାଜସ୍ୱ ନିରିକ୍ଷକ ଓ ବନବିଭାଗ ଅଧିକାରୀଙ୍କ ମିଳିତ ଯାଞ୍ଚ ହୋଇଛିକି ନାହି ସେ ବାବଦରେ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆବଶ୍ୟକ ନଥିପତ୍ର ପାଇବା ପରେ ହିଁ ଉକ୍ତ ଟ୍ରକକୁ ଯିବାକୁ ଅନୁମତି ଦିଆଯିବ ବୋଲି ମାଳକନଗିରି ବନାଞ୍ଚଳ ଅଧିକାରୀ କହିଛନ୍ତି ।