ନୂଆବର୍ଷ ସକାଳୁ ଜଳିଗଲା ୧୦ ବଖରା ଘର

ନିଆଳି : ନୂଆବର୍ଷ ସକାଳୁ ଦୁଃଖଦ ଘଟଣା। କଟକ ନିଆଳି ମାଧବ ପ୍ରଧାନ ସାହିରେ ଭୟାବହ ଅଗ୍ନକାଣ୍ଡ। ଜଳିଗଲା ୧୦ ବଖରା ଘର। ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।ସୂଚନାନୁଯାୟୀ, ବୁଧବାର ସକାଳୁ ନିଆଳି ମାଧବ ପ୍ରଧାନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସାହିର ସୋମନାଥ ସାହୁ, ଚଇତନ ସାହୁ, କେଳୁସାହୁ, ପଦ୍ମରଣ ସାହୁ, କୌବଲ୍ୟ ସାହୁ ଓ ଭଗବାନ ସାହୁଙ୍କର ୧୦ ଘର ଜଳିପୋଡି ଛାରଖାର ହୋଇଯାଇଛି। ଧାନ ଚାଉଳ, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଆଲୋଚନା ହେଉଛି।