ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ବୁଗୁଡା : ସ୍ଥାନୀୟ ପିପୁଲ୍ସ କଲେଜରେ ନୂତନ ଅଧ୍ୟକ୍ଷ ଭାବେ ପ୍ରଧ୍ୟାପକ ଡ.ପୁରୁଷୋତ୍ତମ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ସୋନପୁର ଜିଲ୍ଲାର ଧର୍ମଶାଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ବିଭାଗୀୟ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ତେବେ ନୂତନ ଅଧ୍ୟକ୍ଷ କାର୍ଯ୍ୟରେ ଯୋଗଦାନ କରିବା ପରେ କଲେଜର ପ୍ରାକ୍ତନ ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ସମେତ ଅଧ୍ୟାପକ ଓ କର୍ମଚାରୀଗଣ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେ ଦାୟିତ୍ୱ ଗ୍ରହଣ ପରେ କଲେଜର ଶୈକ୍ଷିକ ସହିତ ଆନୁଷାଙ୍ଗିକ କ୍ଷେତ୍ରର ବିକାଶ ଦିଗରେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ମତବ୍ୟକ୍ତ କରିଥିଲେ ।