ବୁଦ୍ଧଙ୍କ ଜନ୍ମଜୟନ୍ତୀ ପାଳିତ


ଆନନ୍ଦପୁର,: ଆନନ୍ଦପୁର ବାବା ସାହେବ ଆମ୍ବେଦକର ବାଇଲୋ ତରଫରୁ ଗୌତମବୁଦ୍ଧଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଆୟୋଜିତ ଉତ୍ସବରେ ସଂଘର ସଭାପତି ଚତୁର୍ଭୁଜ ଦାଶ ପୌରହିତ୍ୟ କରିଥିବା ବେଳେ ଉତ୍ସବର ଆରମ୍ଭରେ ତ୍ରିଶରଣ ଗାନ କରାଯାଇ ପୁଷ୍ପଗୁଚ୍ଛ ଅର୍ପଣ ସହ ଧୂପ ଦୀପ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଉତ୍ସବରେ ସଂଘର ସଭାପତି ଚତୁର୍ଭୁଜ ଦାଶ, ଉପ-ସଭାପତି ପ୍ରାଣନାଥ ଜେନା, ବରିଷ୍ଠ ଉପଦେଷ୍ଟା ବିଦେଶୀ ଚରଣ ଜେନା, ହରିହର ଦାଶ ପ୍ରମୁଖ ବୁଦ୍ଧଙ୍କ ଜୀବନୀ, ନୀତି ଏବଂ ଆଦର୍ଶ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେବାସଂଘର ସାଧାରଣ ସମ୍ପାଦକ ଚତୁର୍ଭୁଜ ଜେନା ପରମ କାରୁଣିକ, ବୋଧିସତ୍ୱ ଗୌତମ ବୁଦ୍ଧଙ୍କ ଜୀବନୀ, ଧର୍ମ, ନୀତିଶିକ୍ଷା, ସାମାଜିକ ସଂସ୍କାର ଏବଂ ବୁଦ୍ଧଙ୍କ ଧର୍ମ ଏବଂ ଦର୍ଶନ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଉପଦେଷ୍ଟା ରବୀନ୍ଦ୍ର ପ୍ରସାଦ ଚାନ୍ଦ ମହାମାନବ ବୁଦ୍ଧଙ୍କ ଉଦେ୍ଦଶ୍ୟରେ ଏକ କବିତା ପାଠ କରିଥିଲେ । ଉତ୍ସବରେ ସେବାସଂଘର ଉପ-ସଭାପତି ଶ୍ରୀକାନ୍ତ ଜେନା, ସାଂସ୍କୃତିକ ସମ୍ପାଦକ କଳାକାର ଜେନା, ଉପଦେଷ୍ଟା ଦାମୋଦର ଜେନା, ଅଭିମନୁ୍ୟ ଜେନା, ନାରାୟଣ ଜେନା, କେନ୍ଦ୍ରୀୟ ସାଂଗଠନିକ ସମ୍ପାଦକ ଚନ୍ଦ୍ର ଶେଖର ଜେନା, ଅରବିନ୍ଦ େ