ଜଳିଗଲା ୪ ପରିବାରର ୭ ବଖରା ଚାଳଘର
ବାସୁଦେବପୁର: ବାଲେଶ୍ଵର ଜିଲ୍ଲା ବାସୁଦେବପୁର ବାଲିମେଦ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪ ପରିବାରର ୭ ବଖରା ଚାଳଘର ଜଳି ପୋଡି ପାଉଁଶ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। କିନ୍ତୁ ସର୍ଟ ସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଖବର ପାଇଁ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି।