ବାପାର ମୃତୁ୍ୟ ଖବର ଶୁଣି ପୁଅର ମୃତୁ୍ୟ

 ଆନନ୍ଦପୁର: ବାପାର ମୃତୁ୍ୟ ଖବର ପାଇଁ ପୁଅର ମୃତୁ୍ୟ ଘଟିବା ଭଳି ଦୁଖଦ ଘଟଣା ପୌରପରିଷଦ ୫ ନମ୍ବର ୱାର୍ଡରେ ଘଟିଛି । ୱାର୍ଡ଼ର ଜଟିଆ ସାହୁ (୮୫) ଙ୍କର ଗତ କିଛିଦିନ ତଳେ ଗୋଡ଼ ଭାଙ୍ଗି ଯାଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଜଟିଆ ଦୁଇ ତିନି ଦିନ ହେବ ଖାଦ୍ୟ ଛାଡି ଦେଇଥିଲେ । ଆଜି ସନ୍ଧ୍ୟା ୫ ଘଟିକା ସମୟରେ ତାଙ୍କର ହଠାତ ଦେହାନ୍ତ ହୋଇଯାଇଥିଲା । ଏହି ସମୟରେ ତାଙ୍କର ଏକ ମାତ୍ର ପୁତ୍ର ରାଜେସ (୫୨)ଯାହାଙ୍କର ଦୁଇ ଗୋଟି କୀଡୀନ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା । ସେ ଲଗାତାର ନିୟମିତ ବ୍ୟବଧାନରେ ଡାଇଲସିସ ହେଉଥିଲେ । ବାପାର ମୃତୁ୍ୟ ଖବର ଶୁଣି ମୁର୍ଚ୍ଛା ହୋଇଯାଇଥିଲେ । ସାହି ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକା ସାଙ୍ଗରେ ପରିବାରରେ ବାପା ଏବଂ ପୁଅଙ୍କ ମୃତୁ୍ୟ ପରିବାର ଉପରେ ଯେପରି ଦୁଃଖର ପାହାଡ଼ ଲଦି ହେଇଯାଇଛି । ଖାଲି ସ୍ୱର୍ଗତ ଜଟିଆଙ୍କ ପରିବାର ନୁହେଁ ବରଂ ସାହି ପଡ଼ିଶାଙ୍କ ଘରେ ମଧ୍ୟ କାନ୍ଦ ବୋବାଳି ପଡ଼ିଥିଲା । ମୃତୁ୍ୟ ଶଯ୍ୟା ନିକଟରେ ଜଟିଆଙ୍କ ପନôୀ ଶ୍ରୀମତୀ, ବୋହୂ, ନାତିନାତୁଣି, ଝିଅ ଜ୍ୱାଇଁ, ସମାଜସେବୀ ଭଗବାନ, ଶ୍ୟାମସୁନ୍ଦର, ପ୍ରଫୁଲଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ ।