ରାଷ୍ଟ୍ରୀୟ ଲୋକ ଅଦାଲତ: ୪୦୯୦ମକଦ୍ଦମା ଫଇସଲା

 ଯାଜପୁର:  ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୪୦୯୦ଗୋଟି ମକଦ୍ଦମା ଫଇସଲା ହୋଇଛି । ସେଥି ମଧ୍ୟରୁ ୪୯୫ ଗୋଟି ଫୌଜଦାରୀ, ୧୨ଗୋଟି ମଟର ଦୁର୍ଘଟଣା ଜନିତ ମାମଲା, ୧୦ ଗୋଟି ଦେୱାନୀ,୧୯ଗୋଟି ପାରିବାରିକ କଳହ ମକଦ୍ଦମା, ରାଜସ୍ୱ ବିଭାଗର ୩୪୯୪ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୮,୪୯,୮୧,୭୦୭ ଟଙ୍କା ଆଦାୟ କରାଯାଇଛି । ଏତଦ୍ବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୩୮ଗୋଟି, ବିଦୁ୍ୟତ ବିଭାଗର ୭୭ ଗୋଟି, ସ୍ଥାୟୀ ଲୋକ ଅଦାଲତର ୧ଗୋଟି ଏବଂ ୧୩ଗୋଟି ଟେଲିଫୋନ୍ ସମ୍ବନ୍ଧୀୟ ପ୍ରାକ ବିଚାରଧିନ ମାମଲା ଫଇସଲା କରାଯାଇ ମୋଟ ୩୯,୨୩,୩୮୧ଟଙ୍କା ଆଦାୟ କରାଯାଇଛି । ଲୋକ ଅଦାଲତକୁ ଜିଲ୍ଲା ଓ ଦୌରାଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ଅମୃତ ରଂଜନ ନନ୍ଦ ଉଦଘାଟନ କରିଥିଲେ । ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିଲେ । ରାଷ୍ଟ୍ରୀୟ ଅଦାଲତରେ ଜିଲାର ପରିବାର ଅଦାଲତର ବିଚାରପତି ଗୁଣ୍ଡିଚା ସାମନ୍ତସିଂହାର, ଅତିରିକ୍ତ ଜିଲାଜଜ୍ ବିଶେଶ୍ୱର ବିଶ୍ୱପ୍ରକାଶ ରାୟ, ମୁଖ୍ୟ ବିଚାର ବିଭଗୀୟ ମାଜିଷ୍ଟ୍ରେଟ ସର୍ବେଶ୍ୱର ବାସ, ବରିଷ୍ଠ ଦୈୱାନୀ ବିଚାରପତି ସତ୍ୟପ୍ରକାଶ ରାଜ ଚୌଧରୀ, ଅତିରିକ୍ତ ବରିଷ୍ଠ ଦେୱାନୀ ମନସ୍ୱିନୀ ରଥ ରେଜିଷ୍ଟ୍ରାର ମାନସ ରଂଜନ ସାମନ୍ତରାୟ, ବରିଷ୍ଠ ଦେୱାନୀ ବିଚାରପତି ଲୋପାମୁଦ୍ରା ବେହେରା, ଏସଡିଜେଏମ ଇପ୍ସିତା ନନ୍ଦ, ଦେୱାନୀ ବିଚାରପତି, ସୁନିତା ବିଶ୍ୱାଳ, ଜେଏମଏଫ୍ସି. ଅନୁଶ୍ରୀ ଜେନା, ଜେଏମଏସସି ମିସ୍ ନିଷ୍ଠା ଏବଂ ମିସ୍ ବୀଣାପାଣୀ ତାଣ୍ଡୀ ଅଂଶ ଗ୍ରହଣ କରି ଟିଭିନ୍ନ ମକଦ୍ଦମା ଗୁଡ଼ିକ ଫଇସଲା କରିଥିଲେ । ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ ତଥା ଆଇନ ସେନା ପ୍ରାଧିକରଣର ଅଧ୍ୟକ୍ଷଙ୍କ ନିଦେ୍ର୍ଦଶକ୍ରମେ ଯାଜପୁର ଜିଲା କରାଗାର ତରଫରୁ ଏକ ଷ୍ଟଲ୍ ଖୋଲାଯାଇ ସେଥିରେ କରାଗାର ଅନ୍ତେବାସୀ ମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଫିନାଇଲ୍ ବିକ୍ରୟ କରାଯାଇଥିଲା ।